Railway Bhubaneswar Recruitment: ଓଡ଼ିଶାରେ ରେଳବାଇରେ କରନ୍ତୁ ଚାକିରୀ, ଏମିତି କରନ୍ତୁ ଆବେଦନ
ଓଡ଼ିଶାରେ ରେଳବାଇରେ କରନ୍ତୁ ଚାକିରୀ । ଇଷ୍ଟକୋଷ୍ଟ ରେଳବାଇ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଅଫ୍ଲାଇନ୍ ମୋଡ୍ରେ ଏହି ଆବେଦନ ଚାଲିଛି । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଗ୍ରୁପ୍ C ଏବଂ ଗ୍ରୁପ୍ D ଆଦି ପଦବୀ ପୂରଣ ହେବ ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍ସାଇଟ୍ www.rrcbbs.org.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ । ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ କେତୋଟି ପଦବୀ ପୂରଣ ହେବ ।
ଏଥିପାଇଁ ଆବେଦନ ୦୧ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ୨୯ ଫେବୃଆରୀ ୨୦୨୪ରେ ଶେଷ ହେବ । ପ୍ରାର୍ଥୀମାନେ ସ୍ଥାନୀୟ ଭାଷା ଜ୍ଞାନ ସହିତ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦଶମ କିମ୍ବା ITI / + 2 ପାଶ କରିଥିବା ଆବଶ୍ୟକ ।

ମାସିକ ସର୍ବନିମ୍ନ ଦରମା ୧୯,୯୦୦ ଟଙ୍କା ରହିଥିବା ବେଳେ
ସର୍ବାଧିକ ଦରମା ୬୩,୨୦୦ ଟଙ୍କା ରହିବ । ଏଥିପାଇଁ ସର୍ବନିମ୍ନ ବୟସ - ୧୮ ବର୍ଷ ଥିବା ବେଳେ ସର୍ବାଧିକ ବୟସ ୩୦ ଓ ୩୫ ବର୍ଷ ରହିବ ।ବୟସ ଗଣନା ୧ ଜୁଲାଇ ୨୦୨୪ ଆଧାରରେ ହେବ ।
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
+ 2 / ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
ଦସ୍ତଖତ
ଜାତି ପ୍ରମାଣପତ୍ର
ଆଧାର କାର୍ଡ
ଆବାସିକ ପ୍ରମାଣପତ୍ର
ସେଲ୍ଫ ଆଟେଷ୍ଟେଡ ପାସପୋର୍ଟ ଆକାରର ଫଟୋଗ୍ରାଫ୍
ସ୍କାଉଟ୍ କିମ୍ବା ଗାଇଡ୍ ସାର୍ଟିଫିକେଟ୍
ଖାଲି ପଦବୀ:
ଗ୍ରୁପ୍ C - ୨ଟି ପୋଷ୍ଟ୍
ଗ୍ରୁପ୍ D - ୨ଟି ପୋଷ୍ଟ୍
ବୟସ କୋହଳ:
OBC - ୦୩ ବର୍ଷ
ST / SC / PWD/ESM - ୦୫ ବର୍ଷ
PWD + SC / ST - ୧୫ ବର୍ଷ
ଆବେଦନ ଶୁଳ୍କ:
ସାଧାରଣ ପ୍ରାର୍ଥୀ/ EWS/ OBC - ୫୦୦ ଟଙ୍କା
SC / ST /Phd / ମହିଳା - ୨୫୦ ଟଙ୍କା
ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଆବେଦନ ଶୁଳ୍କ ଦେବାକୁ ହେବ
ଚୟନ ପ୍ରକ୍ରିୟା: ଲିଖିତ ପରୀଷା, ଡମ୍ୟୁମେଣ୍ଟ ଯାଞ୍ଚ
କିପରି କରିବେ ଆବେଦନ:
https://rrcbbs.org.in କୁ ଯାଇ ଫର୍ମ ଡାଉନଲୋଡ୍ କରନ୍ତୁ
। ଏହାକୁ ଠିକ୍ ଭାବେ ପୂରଣ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସଂଲଗ୍ନ କରି ନିମ୍ନ ଠିକଣାରେ ପଠାନ୍ତୁ ।
Address: Assistant Personnel Officer ( HQ ), 2nd Floor, South Block, Rail Sadan, Chandrasekharpur, Bhubaneswar, Pin - 751017.












Click it and Unblock the Notifications