ଭାରତୀୟ ରେଳବାଇରେ ପୂରଣ ହେବ ୯୧୪୪ ଟି ପଦବୀ; ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ରେଳବାଇରେ କରନ୍ତୁ ଚାକିରୀ । RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଆପଣ ଯଦି ଏଥିପାଇଁ ଆଶାୟୀ ତେବେ ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ ।

ଏହି ନିଯୁକ୍ତି ପ୍ରକ୍ରିୟାରେ ଟେକ୍ନିସିଆନ ପଦବୀ ପୂରଣ ହେବ। ଦଶମ ପାଶ୍‌ ପିଲାମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ । ଏନେଇ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଯାଇଛି ।

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୯୧୪୪ ଟି ପଦବୀ ପୂରଣ ହେବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://rrbbbs.gov.in/କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।

Job in Indian railway

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ୦୯ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ୦୮ ଏପ୍ରିଲ୍ ୨୦୨୪ରେ ଶେଷ ହେବ ।

ବୟସ ସୀମା:
ସର୍ବନିମ୍ନ ବୟସ - ୧୮ ବର୍ଷ
ସର୍ବାଧିକ ବୟସ - ୩୬ ବର୍ଷ

ମାସିକ ଦରମା:
ଟେକ୍ନିସିଆନ୍ Gr-III - ୧୯,୯୦୦ ରୁ ୬୩,୨୦୦ ଟଙ୍କା
ଟେକ୍ନିସିଆନ୍ Gr-I ସିଗ୍ନାଲ୍ - ୨୯,୨୦୦ ରୁ ୯୨,୩୦୦ ଟଙ୍କା

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/ EWS/ OBC - ୫୦୦ ଟଙ୍କା
SC/ST/PwD/ମହିଳା - ୨୫୦ ଟଙ୍କା

ଖାଲି ପଦବୀ:
ଟେକ୍ନିସିଆନ Gr-I ସିଗ୍ନାଲ୍ - ୧୦୯୨ଟି ପୋଷ୍ଟ୍‌
ଟେକ୍ନିସିଆନ୍ Gr-III - ୮୦୫୨ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:
ଦଶମ ସହିତ ସମ୍ବନ୍ଧିତ ଟ୍ରେଡ୍‌ରେ ITI
କିମ୍ବା PCM / B.sc/ B.Tech / B.E / ଡିପ୍ଲୋମା ଇଞ୍ଜିନିୟରିଂ ସହିତ ବିଜ୍ଞାନରେ ଦ୍ୱାଦଶ ପାସ୍

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
+2/ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
ଜାତି ପ୍ରମାଣପତ୍ର
ସିଗ୍ନେଚର୍
ଆଧାର କାର୍ଡ
ରେସିଡେନ୍ସ ସାର୍ଟିଫିକେଟ୍
ଫଟୋଗ୍ରାଫ୍

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା, ସାକ୍ଷାତକାର, ଡକ୍ୟୁମେଣ୍ଟ୍ ଯାଞ୍ଚ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+