Job in Indian Navy: ନୌସେନାରେ କରନ୍ତୁ ଚାକିରି, ତୁରନ୍ତ କରନ୍ତୁ ଆବେଦନ
ନୌସେନାରେ କରନ୍ତୁ ଚାକିରି । ଏନେଇ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୫୪ଟି ପଦବୀ ପୂରଣ କରାଯିବ ।
ଯେଉଁମାନେ ଏନେଇ ଆଶାୟୀ ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହି ନିଯୁକ୍ତି ମାଧ୍ୟମରେ ସର୍ଟ ସର୍ଭିସ୍ କମିଶନ ଅଧିକାରୀ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍ସାଇଟ୍ joinindiannavy.gov.inକୁ ଯାଇ ଆବେଦନ କରିପାରିବେ।
ଅନ୍ଲାଇନ୍ ଆବେଦନ ଆରମ୍ଭ ୨୪ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଅନ୍ଲାଇନ୍ ଆବେଦନ ୧୦ ମାର୍ଚ୍ଚ ୨୦୨୪ ରେ ଶେଷ ହେବ ।

ଚୟନ ପ୍ରକ୍ରିୟା:
ମାର୍କ ଅନୁସାରେ ସର୍ଟଲିଷ୍ଟ
ସାକ୍ଷାତକାର (Viva Voce)
ଡାକ୍ତରୀ ପରୀକ୍ଷା
ଶିକ୍ଷାଗତ ଯୋଗ୍ୟତା:
ଯେ କୌଣସି ବିଷୟରେ B.E / B.Tech ଡିଗ୍ରୀ
କିମ୍ବା ଆବଶ୍ୟକୀୟ ଅନୁଶାସନରେ ସର୍ବନିମ୍ନ ୬୦% ମାର୍କ ସହିତ ପାଶ୍
ବୟସ ସୀମା:
ପଦବୀ ଅନୁସାରେ ବୟସ ସୀମା ଭିନ୍ନ
ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
କାର୍ଯ୍ୟନିର୍ବାହୀ ଶାଖା - ୩୬ଟି ପୋଷ୍ଟ୍
ଶିକ୍ଷା ଶାଖା - ୧୮ଟି ପୋଷ୍ଟ୍
ବୈଷୟିକ ଶାଖା - ୧୦୦ଟି ପୋଷ୍ଟ୍
ଦରମା:
ସର୍ବନିମ୍ନ ମାସିକ ଦରମା - ୫୬,୧୦୦












Click it and Unblock the Notifications