Job in BSF: BSF ରେ କରନ୍ତୁ ଚାକିରୀ, ଏମିତି କରନ୍ତୁ ଆବେଦନ ?
ଆପଣ ଯଦି ପ୍ରତିରକ୍ଷା ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ BSF ଗ୍ରୁପ୍ ବି ଓ ସି ଅଧୀନରେ ସହାୟକ ବିମାନ ମେକାନିକ୍, ସହାୟକ ରେଡିଓ ମେକାନିକ୍, ଏସ୍ଆଇ, ହେଡ୍ କନଷ୍ଟେବଲ୍ ଏବଂ କନଷ୍ଟେବଳ ପଦବୀ ପୂରଣ କରିବ। ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବସାଇଟ୍ https://rectt.bsf.gov.in/ କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ ।
ଏନେଇ BSF ଏକ ବିଜ୍ଞପ୍ତି ଜାରି କରିଛି । ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୮୨ଟି ପଦବୀ ପୂରଣ ହେବ। ଦଶମ ପାଶ୍ ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ ।

ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ତିନି ବର୍ଷ ଡିପ୍ଲୋମା । ସିଭିଲ୍ ଆଭିଏସନ୍ ନିର୍ଦ୍ଦେଶାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟେଲି ଯୋଗାଯୋଗ କିମ୍ବା ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ତିନି ବର୍ଷର ଡିପ୍ଲୋମା । ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ପାଶ୍ ଆବେଦନ କରୁଥିବା ଟ୍ରେଡ୍ରେ ITI ସାର୍ଟିଫିକେଟ୍।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ୧୫ ଏପ୍ରିଲ୍ ୨୦୨୪ରେ ଅନ୍ଲାଇନ୍ ଆବେଦନ ଶେଷ ହେବ।
ଖାଲି ପଦବୀ:
ସହକାରୀ ବିମାନ ମେକାନିକ୍ (ASI) - ୦୮ଟି ପୋଷ୍ଟ୍
ସହକାରୀ ରେଡିଓ ମେକାନିକ୍ (ASI) - ୧୧ଟି ପୋଷ୍ଟ୍
କନଷ୍ଟେବଲ୍ (ଷ୍ଟୋରମ୍ୟାନ୍) - ୦୩ଟି ପୋଷ୍ଟ୍
SI (ୱାର୍କ୍ସ) - ୧୩ଟି ପୋଷ୍ଟ
SI / JE (ଇଲେକ୍ଟ୍ରିକାଲ୍) - ୦୯ଟି ପୋଷ୍ଟ୍
ହେଡ୍ କନ୍ଷ୍ଟେବଲ୍ (ପ୍ଲମ୍ବର) - ୦୧ଟି ପୋଷ୍ଟ୍
ହେଡ୍ କନ୍ଷ୍ଟେବଲ୍ (କାର୍ପେଣ୍ଟର) - ୦୧ଟି ପୋଷ୍ଟ୍
କନ୍ଷ୍ଟେବଲ୍ (ଜେନେରେଟର ଅପରେଟର୍) - ୧୩ଟି ପୋଷ୍ଟ୍
କନ୍ଷ୍ଟେବଲ୍ (ଜେନେରେଟର ମେକାନିକ୍) - ୧୪ଟି ପୋଷ୍ଟ୍
କନ୍ଷ୍ଟେବଲ୍ (ଲାଇନ୍ମ୍ୟାନ୍) - ୦୯ଟି ପୋଷ୍ଟ୍
ଆବେଦନ ଶୁଳ୍କ:
ଗ୍ରୁପ୍ ବି - ୨୦୦ ଟଙ୍କା
ଗ୍ରୁପ୍ ସି - ୧୦୦ ଟଙ୍କା
ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ଶାରିରୀକ ପରୀକ୍ଷା
ଟ୍ରେଡ ଟେଷ୍ଟ୍
ମେଡିକାଲ୍ ଟେଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ୍












Click it and Unblock the Notifications