Job in Bank: ବ୍ୟାଙ୍କରେ ବଡ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୟୁନିୟନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ UBIରେ ଲୋକାଲ୍ ବ୍ୟାଙ୍କ୍ ଅଫିସର(LBO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୫୦୦ ପଦବୀ ପୂରଣ ହେବ। ଦେଶର ଅନେକ ରାଜ୍ୟରେ ଏହି ପଦବୀ ପୂରଣ ହେବାକୁ ଥିବା ବେଳେ ଓଡ଼ିଶାରେ ୧୦୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBI ର ଅଫିସିଆଲ୍ ୱେବ୍‌ସାଇଟ୍‌ unionbankofindia.co.in କୁ ଯାଇ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୪ ଅକ୍ଟୋବର ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ - ୧୩ ନଭେମ୍ବର ୨୦୨୪

ଖାଲି ପଦବୀ:
UR - ୬୧୩ଟି ପୋଷ୍ଟ୍‌
EWS - ୧୫୦ଟି ପୋଷ୍ଟ୍‌
OBC - ୪୦୪ଟି ପୋଷ୍ଟ୍‌
SC - ୨୨୪ଟି ପୋଷ୍ଟ୍‌
ST - ୧୦୯ଟି ପୋଷ୍ଟ୍‌
ମୋଟ୍ - ୧୫୦୦ଟି ପୋଷ୍ଟ୍

ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ଯେକୌଣସି ବିଷୟରେ ଗ୍ରାଜୁଏସନ୍ ଡିଗ୍ରୀ

ବୟସ ସୀମା:
ସର୍ବନିମ୍ନ ବୟସ - ୨୦ ବର୍ଷ
ସର୍ବାଧିକ ବୟସ - ୩୦ ବର୍ଷ

ଷ୍ଟାଇପେଣ୍ଡ୍:
ସର୍ବନିମ୍ନ ଦରମା - ୨୪,୦୦୦ ଟଙ୍କା
ସର୍ବାଧିକ ଦରମା - ୨,୧୫,୦୦୦ ଟଙ୍କା

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/ OBC/EWS - ୮୫୦ ଟଙ୍କା
SC/ST /PWBD/ESM - ୧୭୫ ଟଙ୍କା

ଚୟନ ପ୍ରକ୍ରିୟା:
ଅନ୍‌ଲାଇନ୍ ପରୀକ୍ଷା
ଗ୍ରୁପ୍ ଡିସ୍‌କସନ୍
ଡକ୍ୟୁମେଣ୍ଟ୍ ଯାଞ୍ଚ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+