ଭାରତୀୟ ରେଲୱେରେ ଚାକିରି ପାଇବାର ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
Indian Railways Recruitment 2023: ଯଦି ଆପଣ ଭାରତୀୟ ରେଲୱେରେ ଚାକିରି ପାଇବାକୁ ଚାହୁଁଛନ୍ତି ତେବେ ଆମର ଏହି ଆର୍ଟିକିଲ୍ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଉତ୍ତର ପୂର୍ବାଞ୍ଚଳ ରେଳବାଇ, ଗୋରଖପୁର, ନିଯୁକ୍ତି ବୋର୍ଡ NER RRC ଗୋରଖପୁର ଅଧୀନରେ ଏହି ପଦବୀ ଖାଲି ରହିଛି । ଯେଉଁଥି ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ ner.indianrailways.gov.inକୁ ଯାଇ ଆବେଦନ କରିପାରିବେ । ତେବେ ଶେଷ ତାରିଖ ପୂର୍ବରୁ ଆବେଦନ କରି ନିଅନ୍ତୁ ନେବା ଉଚିଚ୍ ନଚେଚ୍ ଏହାପେର ପ୍ରାର୍ଥୀମାନେ ଆବେଦନ କରିବାର ସୁଯୋଗ ଆଉ ପାଇବେ ନାହିଁ ।
ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଗୋରଖପୁରର ଉତ୍ତର ପୂର୍ବାଞ୍ଚଳ ରେଳବାଇର ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ ର 37 ଟି ପଦବୀ ପାଇଁ ନିଯୁକ୍ତି କରାଯିବ। ସେହିପରି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ଇଞ୍ଜିନିୟରିଂ)ର 19 ଟି ପୋଷ୍ଟ ଏବଂ ଜୁନିୟର ଟେକ୍ନିକାଲ୍ ଆସୋସିଏଟ୍ (ସିଗନାଲ୍)ର 09 ଟି ପୋଷ୍ଟ ଏବଂ ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ଇଲେକ୍ଟ୍ରିକାଲ୍) ର 09 ଟି ପଦ ପୂରଣ ହେବା ନେଇ ସୂଚନା ଜାରି କରାଯାଇଛି ।

ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଡିପ୍ଲୋମା / ସ୍ନାତକୋତ୍ତର ପାସ୍ କରିଥିବା ଦରକାର । ଆବେଦନ କରୁଥିବା ଜେନେରାଲ ବର୍ଗ ପ୍ରାର୍ଥୀଙ୍କ ପାଇଁ ଶତକଡା 60% । ଏଥି ସହିତ, OBC NCL ପାଇଁ 55% ମାର୍କ ଏବଂ SC / ST ପାଇଁ 50% ମାର୍କ ରହିବା ଆବଶ୍ୟକ ।
ବୟସ ସୀମା
ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ବିଷୟରେ କହିବାକୁ ଗଲେ ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ ବୟସ 33 ବର୍ଷରେ ସ୍ଥିର କରାଯାଇଛି। ତେବେ ner.indianrailways.gov.in ସାଇଟକୁ ଯାଇ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ଆପଲାଏ କରିବାର ଶେଷ ଦିନ ଆଜି ରାତି ୧୨ଟା ପରେ ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆଉ ଆବେଦନ କରିପାରିବେ ନାହିଁ ।












Click it and Unblock the Notifications