Job in Railway: ରେଳବାଇରେ କରନ୍ତୁ ଚାକିରି, ତୁରନ୍ତ କରନ୍ତୁ ଆବେଦନ

ରେଳବାଇରେ କରନ୍ତୁ ଚାକିରି । ତୁରନ୍ତ କରନ୍ତୁ ଆବେଦନ । ଆଜ୍ଞା ହଁ ରେଳବାଇରେ ଚାକିରି ପାଇଁ ଆପଣଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ । ଦଶମ ପାସ୍ କରିଥିଲେ ଆପଣ ଚାକିରି କରିପାରିବେ । ଦଶମରୁ ନେଇ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ନୂତନ କ୍ରୀଡା କୋଟାରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ରେଳବାଇ ନିଯୁକ୍ତି ସେଲ'ର ପୋର୍ଟାଲ୍ rrcmas.in ମାଧ୍ୟମରେ ଯାଇ ଆବେଦନ କରିପାରିବେ । ଏଥିପାଇଁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୮ ଅକ୍ଟୋବର ୨୦୨୩ ଥିବା ବେଳେ ୨୭ ନଭେମ୍ବର ୨୦୨୩ରେ ଅନ୍‌ଲାଇନ୍ ଆବେଦନ ଶେଷ ହେବ ।

ଏହି ରେଳବାଇ ଚାକିରି ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଥିବାବେଳେ ସର୍ବାଧିକ ବୟସ ସୀମା ୨୫ ବର୍ଷ ରହିଛି ।
ବୟସ ଗଣନା ୦୧ ଜାନୁଆରୀ ୨୦୨୪ ଅନୁସାରେ ହେବ । ଅର୍ଥାତ୍ ଆବେଦନ କରିଥିବ ପ୍ରାର୍ଥୀ ୦୧ ଜାନୁୟାରୀ ୧୯୯୯ ରୁ ୦୧ ଜାନୁୟାରୀ ୨୦୦୬ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ ।

ରେଳବାଇରେ କ୍ରୀଡା କୋଟା ପାଇବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଦେଶର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

railway_job

କିପରି କରିବେ ଆବେଦନ:
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ rrcmas.in. କୁ ଯାଆନ୍ତୁ ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ । ପରେ ଆବେଦନ ଫର୍ମ ପୂରଣ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ । ଶୁଳ୍କ ପୈଠ କରନ୍ତୁ ।ପରେ Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଆବେଦନ ଫର୍ମ ସେଭ୍ କରନ୍ତୁ ।

ଖାଲି ପଦବୀ:
ଲେବଲ୍ ୪/୫ - ୫ଟି ପୋଷ୍ଟ୍‌
ଲେବଲ୍ ୨/୩ - ୧୬ଟି ପୋଷ୍ଟ୍‌
ଲେବଲ୍ ୧ - ୪୬ଟି ପୋଷ୍ଟ୍‌
ମୋଟ ପଦବୀ - ୬୭ଟି ପୋଷ୍ଟ୍‌

କେତେ ଦରମା:
ଲେବଲ ୧ - ୧୮,୦୦୦ଟଙ୍କା
ଲେବଲ ୨ - ୧୯,୯୦୦ ଟଙ୍କା
ଲେବଲ ୩ - ୨୧,୭୦୦ ଟଙ୍କା
ଲେବଲ ୪ - ୨୫,୫୦୦ ଟଙ୍କା
ଲେବଲ ୫ - ୨୯,୨୦୦ଟଙ୍କା

ଚୟନ ପ୍ରକ୍ରିୟା:
ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ପରୀକ୍ଷାରେ ଭାଗ ନେବାକୁ ଆମନ୍ତ୍ରଣ କରାଯିବ । ଉଭୟ ଫିଟ୍‌ନେସ୍ ଏବଂ କୌଶଳକୁ ନେଇ ମୂଲ୍ୟାଙ୍କନ ହେବ । ଅଧିକ ଜାଣିବା ପାଇଁ ଅଫିସିଆଲ୍ ୱେବସାଇଟରେ କ୍ଲିକ୍ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+