Job in Indian Army: ଭାରତୀୟ ସେନାରେ କରନ୍ତୁ ଚାକିରୀ, କରନ୍ତୁ ଆବେଦନ
Indian Army Recruitment 2024: ଭାରତୀୟ ସେନାରେ ଯୋଗ ଦେବା ଲକ୍ଷ ଲକ୍ଷ ଯୁବକଙ୍କ ଲକ୍ଷ୍ୟ । ତେବେ ସେବାରେ ନିଯୁକ୍ତି ପାଇଁ ବାହାରିଛି ପଦବୀ । ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।
ଏହି ନିଯୁକ୍ତି ମାଧ୍ୟମରେ ଭାରତୀୟ ସେନାରେ ରିମାଉଣ୍ଟ୍ ଭେଟନାରୀନାରୀ କୋର୍ ଅଧିନରେ ଅଫିସର ପଦବୀ ପୂରଣ ହେବ।
ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୫ଟି ପଦବୀ ପୂରଣ ହେବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବ୍ସାଇଟ୍ joinindianarmy.nic.in କୁ ଯାଇ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅନ୍ଲାଇନ୍ ଆବେଦନ ୨୦ ମେ ୨୦୨୪ରେ ଶେଷ ହେବ ।
ଖାଲି ପଦବୀ:
ପୁରୁଷ ପଦ ସଂଖ୍ୟା - ୧୨ଟି ପୋଷ୍ଟ
ମହିଳା ପଦ ସଂଖ୍ୟା - ୦୩ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ପ୍ରାଣୀ ଚିକିତ୍ସା ବିଜ୍ଞାନ (BVSC)ରେ ସ୍ନାତକ
A.H. ସ୍ନାତକ ଡିଗ୍ରୀ
ବୟସ ସୀମା:
ସର୍ବନିମ୍ନ ବୟସ - ୨୧ ବର୍ଷ
ସର୍ବାଧିକ ବୟସ - ୩୨ ବର୍ଷ
ଦରମା:
ସର୍ବାଧିକ ମାସିକ ଦରମା - ୬୧,୩୦୦ ଟଙ୍କା
ଚୟନ ପ୍ରକ୍ରିୟା:
ମାର୍କ ଆଧାରରେ ସର୍ଟଲିଷ୍ଟ୍
ପ୍ରାଥମିକ ସ୍କ୍ରିନିଂ
ମେଡିକାଲ୍ ଯାଞ୍ଚ
ଡକ୍ୟୁମେଣ୍ଟ୍ ଯାଞ୍ଚ












Click it and Unblock the Notifications