ଭାରତୀୟ ବାୟୁସେନାରେ ପୂରଣ ହେବ ୩୫୦୦ ପଦବୀ : ଦ୍ଵାଦଶ ପାସ୍ କରିଥିଲେ ନିଯୁକ୍ତି
ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ସୁଯୋଗ । ୩୫୦୦ ସରକାରୀ ପଦବୀରେ ପୂରଣ ହେବ । ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି ।
ଏହି ନିଯୁକ୍ତି ଭାରତୀୟ ବାୟୁସେନାରେ ଅଗ୍ନିବୀର ଏୟାର ରିକ୍ରୁମେଣ୍ଟ ଅଧୀନରେ ବାହାର କରାଯାଇଛି । ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୫୦୦ ପୋଷ୍ଟ୍ ପୂରଣ ହେବ।
୨୭ ଜୁଲାଇ ୨୦୨୩ରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେଉଥିବା ବେଳେ, ୧୭ ଅଗଷ୍ଟ ୨୦୨୩ରେ ଅନ୍ଲାଇନ୍ ଆବେଦନ ଶେଷ ହେବ। ସର୍ବନିମ୍ନ ବୟସ ସୀମା ୧୭ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୨୦ ବର୍ଷ ହେବା ଦରକାର ।

ପ୍ରାର୍ଥୀଙ୍କ ଜନ୍ମ ୨୭ ଜୁନ୍ ୨୦୦୩ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ହୋଇଥିବା ଆବଶ୍ୟକ। ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସରେ କୋହଳ ବ୍ୟବସ୍ଥା ଅଛି ।
ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯିବାକୁ ପଡିବ । କେବଳ ଅନଲାଇନ୍ ମାଧ୍ୟମରେ ଏହି ଆବେଦନ ହେବ। ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ନିଯୁକ୍ତ ହେବେ।
ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ, ଡାକ୍ତରୀ ପରୀକ୍ଷାରେ ଚୟନ ପକ୍ରିୟା ହେବ। ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ।
ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ । ହୋମ୍ପେଜ୍ରେ ଥିବା ନିଯୁକ୍ତି ଲିଙ୍କ୍ରେ କ୍ଲିକ୍ କରନ୍ତୁ । ବ୍ୟକ୍ତିଗତ ବିବରଣୀ ଦେଇ ଲଗ୍ ଇନ୍ କରନ୍ତୁ । ଆବେଦନ ଫର୍ମ ପୂରଣ କରି ଦେୟ ପ୍ରଦାନ କରନ୍ତୁ । ଶେଷରେ ଫର୍ମ ଡାଉନଲୋଡ୍ ଏବଂ ପ୍ରିଣ୍ଟ୍ କରନ୍ତୁ । ନିଜ ପାଖରେ ରଖନ୍ତୁ।












Click it and Unblock the Notifications