For Quick Alerts
Turn On Notification  
For Daily Alerts
Oneindia App Download

ଭାରତୀୟ ଡାକ ସେବାରେ ନିଯୁକ୍ତି ସୁଯୋଗ: 38 ହଜାର 926ଟି ପୋଷ୍ଟ ପାଇଁ ଏଠି କରନ୍ତୁ ଅନଲାଇନ ଆବେଦନ...

ଭାରତୀୟ ଡାକ ସେବାରେ ନିଯୁକ୍ତି ସୁଯୋଗ । ଦେଶର ବିଭିନ୍ନ ରାଜ୍ୟରେ ଗ୍ରାମୀଣ ଡାକ ସେବକ (GDS) ପାଇଁ ମୋଟ 38 ହଜାର 926ଟି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

|

ଭୁବନେଶ୍ଵର: ଭାରତୀୟ ଡାକ ସେବାରେ ନିଯୁକ୍ତି ସୁଯୋଗ । ଦେଶର ବିଭିନ୍ନ ରାଜ୍ୟରେ ଗ୍ରାମୀଣ ଡାକ ସେବକ (GDS) ପାଇଁ ମୋଟ 38 ହଜାର 926ଟି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଚାକିରୀ ଖୋଜୁଥିବା ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଜୁନ୍ 05 ତାରିଖ ପୂର୍ବରୁ ପୂର୍ବରୁ ଆବେଦନ କରିପାରିବେ।

ଅନଲାଇନ ଆବେଦନ କରିବା ଲାଗି ଏଠାରେ କ୍ଲିକ୍ କରନ୍ତୁ...

ତେବେ ପ୍ରାର୍ଥୀଙ୍କ ବୟସ 40 ବର୍ଷରୁ ଅଧିକ ହେବା ଉଚିତ ନୁହେଁ । ପ୍ରାର୍ଥୀମାନେ ଶାଖା ପୋଷ୍ଟମାଷ୍ଟର (ବିପିଏମ୍), ଆସିଷ୍ଟାଣ୍ଟ ଶାଖା ପୋଷ୍ଟମାଷ୍ଟର (ଏବିପିଏମ୍) ଏବଂ ଡାକ ସେବା ପଦବୀ ଭାବରେ ମନୋନୀତ ହେବେ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ଏନେଇ କୌଣସି ପରୀକ୍ଷା ହେବ ନାହିଁ । ଯୋଗ୍ୟତା ତାଲିକା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ ।

India Post

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ୍ ଆବେଦନ ଆରମ୍ଭ ତାରିଖ- ମେ 02, 2022 ଅନଲାଇନ୍ ଆବେଦନର ଶେଷ ତାରିଖ- ଜୁନ୍ 05, 2022

ଦରମା:

ବିଭାଗ ଦ୍ବାରା ଲାଗୁ ହୋଇଥିବା ଭତ୍ତା ସହିତ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଏହି ଆକରରେ ଦରମା ପ୍ରଦାନ କରାଯିବ ।

  • BPM- 12,000ଟଙ୍କା
  • ABPM/ଡାକସେବକ- 10,000 ଟଙ୍କା

ଯୋଗ୍ୟତା:

ଆବେଦନକାରୀଙ୍କ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ପାସ ସାର୍ଟିଫିକେଟ୍ ଥିବା ଆବଶ୍ୟକ । ବିଶେଷ କରି ଗଣିତ ଏବଂ ଇଂରାଜୀରେ ବିଷୟରେ ପାସ୍ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ସ୍ଥାନୀୟ ଭାଷା ଅଧ୍ୟୟନ ବୁଝି ପାରୁଥିବା ଆବଶ୍ୟକ ।

India Post

ବୟସ ସୀମା:

  • ସର୍ବନିମ୍ନ ବୟସ ସୀମା- 18 ବର୍ଷ
  • ସର୍ବାଧିକ ବୟସ ସୀମା- 40 ବର୍ଷ

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ମେରିଟ୍ ପୋଜିସନ୍ ଏବଂ ଦାଖଲ ହୋଇଥିବା ପୋଷ୍ଟକୁ ଆଧାର କରି ସିଷ୍ଟମ୍ ଉତ୍ପାଦିତ ମେରିଟ୍ ତାଲିକା ଅନୁଯାୟୀ ଚୟନ କରାଯିବ । ନିୟମ ଅନୁଯାୟୀ ଏହା ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବ ।

କିପରି କରିବେ ଆବେଦନ ?

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ https://indiapostgdsonline.gov.in କିମ୍ବା ଜୁନ୍ 05, 2022 ପୂର୍ବରୁ ଅନଲାଇନ୍ ମୋଡ୍ ମାଧ୍ୟମରେ ଆବେଦନପତ୍ର ଦାଖଲ କରିପାରିବେ । ଅନ୍ୟ କୌଣସି ମୋଡ୍ ମାଧ୍ୟମରେ ଦାଖଲ ହୋଇଥିବା ଆବେଦନଗୁଡିକ ବିଚାର କରାଯିବ ନାହିଁ । ଆବେଦନ ଶୁଳ୍କ 100 ଟଙ୍କା । ସମସ୍ତ ମହିଳା ପ୍ରାର୍ଥୀ, ଏସସି / ଏସଟି ପ୍ରାର୍ଥୀ, ପିଡବ୍ଲ୍ୟୁଡି ପ୍ରାର୍ଥୀ ଏବଂ ଟ୍ରାନ୍ସ୍ ଓମେନ ପ୍ରାର୍ଥୀଙ୍କ ପାଇଁ ଦେୟ ପ୍ରଦାନ ଛାଡ କରାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Post Recruitment 2022: Apply online for 38,926 vacancies for GDS across India
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X