IBPS PO Recruitment 2024: IBPS ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ
IBPS ପକ୍ଷରୁ ଜାରି ହୋଇଛି ନିଯୁକ୍ତି ବିଜ୍ଞପ୍ତି । ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସେକ୍ଟରେ ଅନେକ ପଦ ପାଇଁ ନିଯୁକ୍ତି ଚାଲିଛି । ନିକଟରେ କିରାଣୀ ପଦ ପାଇଁ ୬ ହଜାରରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ବ୍ୟାଙ୍କ ପ୍ରୋବେସନାରୀ ଅଫିସର (ପିଓ) / ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ନିଯୁକ୍ତି ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ନୋଟିଫିକେସନ ଜାରି କରାଯାଇଛି ।
ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଭିନ୍ନ ବ୍ୟାଙ୍କରେ (CRP PO/MT) ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ibps.in. କୁ ଯାଇ ରେଜିଷ୍ଟର କରିପାରିବେ ।
ଅଗଷ୍ଟ ୨୧ ତାରିଖ ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ଅଗଷ୍ଟ ୧ ରୁ ୨୧ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରିବା ସହ ଆପଣଙ୍କୁ ଆବେଦନ କରିବାକୁ ହେବ ଏବଂ ପେମେଣ୍ଟ କରିବାକୁ ମଧ୍ୟ ପଡ଼ିବ ।

ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ୧୭୫ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ଚଳିତ ବର୍ଷ ଅଗଷ୍ଟ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ସୀମା ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ ।
- ସେପ୍ଟେମ୍ବର ୨୦୨୪ରେ ପ୍ରି-ଏଗ୍ଜାମିନେସନ୍ ଟ୍ରେନିଂଅକ୍ଟୋବର ୨୦୨୪ରେ ପ୍ରିଲିମ୍ ପାଇଁ କଲ୍ ଲେଟରଅକ୍ଟୋବର ୨୦୨୪ରେ ପ୍ରିଲିମ୍ ପରୀକ୍ଷା
- ସେଇ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ IBPS PO ପ୍ରିଲିମ୍ ପରୀକ୍ଷା ଫଳନଭେମ୍ବରରେ ମେନ୍ ପରୀକ୍ଷା ପାଇଁ କଲ୍ଲେଟର
- ନଭେମ୍ବର ୨୦୨୪ରେ ମେନ୍ ପରୀକ୍ଷା
- ଡିସେମ୍ବର ୨୦୨୪ ଓ ଜାନୁଆରୀ ୨୦୨୫ ମଧ୍ୟରେ ମେନ୍ ପରୀକ୍ଷା ଫଳ ପ୍ରକାଶ
- ଫେବ୍ରୁଆରୀ ୨୦୨୫ରେ ଇଣ୍ଟରଭ୍ୟୁଏପ୍ରିଲ୍ ୨୦୨୫ରେ ପ୍ରୋଭିଜନାଲ ଆଲଟମେଣ୍ଟ
ଖାଲି ପଡ଼ିଥିବା ପଦବୀ
ଚଳିତ ବର୍ଷ IBPS PO 2024 ୪,୪୫୫ ଖାଲି ପଦବୀ ପାଇଁ ନିଯୁକ୍ତି ଦେବ । ଏଥିରେ ୧୧ଟି ବ୍ୟାଙ୍କ ସାମିଲ ଅଛନ୍ତି ।
- ବ୍ୟାଙ୍କ ଅଫ୍ ବରୋଦା - ପଦବୀ ସଂଖ୍ୟା ଅସ୍ପଷ୍ଟ
- ବ୍ୟାଙ୍କ ଅଫ୍ ଇଣ୍ଡିଆ - ୮୮୫ ପଦବୀ
- ବ୍ୟାଙ୍କ ଅଫ ମହାରାଷ୍ଟ୍ର - ପଦବୀ ସଂଖ୍ୟା ଅସ୍ପଷ୍ଟ
- ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ- ୨୦୦୦ ପଦବୀ
- କାନାରା ବ୍ୟାଙ୍କ- ୭୫୦ ପଦବୀ
- ଇଣ୍ଡିଆନ ବ୍ୟାଙ୍କ - ପଦବୀ ସଂଖ୍ୟା ଅସ୍ପଷ୍ଟ
- ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ- ୨୬୦ ପଦବୀ
- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ - ୨୦୦ ପଦବୀ
- ପଞ୍ଜାବ ଓ ସିଣ୍ଡ ବ୍ୟାଙ୍କ- ୩୬୦ ପଦବୀ
- ୟୁକୋ ବ୍ୟାଙ୍କ - ପଦବୀ ସଂଖ୍ୟା ଅସ୍ପଷ୍ଟ
- ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ- ପଦବୀ ସଂଖ୍ୟା ଅସ୍ପଷ୍ଟ
ଯୋଗ୍ୟତା
ଆବେଦନକାରୀଙ୍କ ବୟସ ଅଗଷ୍ଟ ୧ ତାରିଖ ସୁଦ୍ଧା ୨୦ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ । ସଂରକ୍ଷଣ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି ।ଆବେଦନକାରୀ ଭାରତ ସରକାରଙ୍କ ଯେକୌଣସି ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ କଲେଜ୍ରୁ ଗ୍ରାଜୁଏସନ୍ ପାସ୍ କରିଥିବା ଆବଶ୍ୟକ । ରେଜିଷ୍ଟ୍ରେସନ୍ ସମୟରେ ପ୍ରତ୍ୟେକ ଆବେଦନକାରୀଙ୍କୁ ଅରିଜିନାଲ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ଦେବାକୁ ହେବ ।ଆବେଦନକାରୀଙ୍କ କ୍ରେଡିଟ୍ ହିଷ୍ଟ୍ରି ନିୟମ ଅନୁସାରେ ଭଲ ରହିଥିବା ନିତ୍ୟାନ୍ତ ଆବଶ୍ୟକ ।
ପରୀକ୍ଷା ଦେୟ
SC/ST/PwBD ବର୍ଗଙ୍କ ପାଇଁ ୧୭୫ ଟଙ୍କା ଆବେଦନ ରାଶି ରହିଥିବା ବେଳେ ସାଧାରଣ ବର୍ଗଙ୍କ ପାଇଁ ୮୫୦ ଟଙ୍କା ରହିଛି ।
ପରୀକ୍ଷା ପ୍ରଣାଳୀ
ଇଂଲିସ୍ ଲାଙ୍ଗୁଏଜ୍: ୩୦ ପ୍ରଶ୍ନ, ୩୦ ମାର୍କ, ୨୦ ମିନିଟ୍କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡ୍ - ୩୫ ପ୍ରଶ୍ନ, ୩୫ ମାର୍କ, ୨୦ ମିନିଟ୍ରିଜୋନିଂ ଆବିଲିଟି- ୩୫ ପ୍ରଶ୍ନ, ୩୫ ମାର୍କ, ୨୦ ମିନିଟ୍
ମୁଖ୍ୟ ପରୀକ୍ଷା
ରିଜୋନିଂ ଆଣ୍ଡ କମ୍ପ୍ୟୁଟର ଆପ୍ଟିଟ୍ୟୁଡ୍- ୪୫ ପ୍ରଶ୍ନ, ୬୦ ମାର୍କ, ୬୦ ମିନିଟ୍ଜେନେରାଲ/ଇକୋନୋମି/ବ୍ୟାଙ୍କିଂ ଆୱାରନେସ୍- ୪୦ ପ୍ରଶ୍ନ, ୪୦ ମାର୍କ, ୩୫ ମିନିଟ୍ଇଂଲିସ୍ ଲାଙ୍ଗୁଏଜ୍- ୩୫ ପ୍ରଶ୍ନ, ୪୦ ମାର୍କ, ୪୦ ମିନିଟ୍ଡାଟା ଆନାଲିସିସ୍ ଇଣ୍ଟରପ୍ରିଟେସନ୍- ୩୫ ପ୍ରଶ୍ନ, ୬୦ ମାର୍କ, ୪୫ ମନିଟ୍ରାଇଟିଂ ଆଣ୍ଡ ଏସେ- ୨ ପ୍ରଶ୍ନ, ୨୫ ମାର୍କ, ୩୦ ମିନିଟ୍












Click it and Unblock the Notifications