କୋଲ୍ ଇଣ୍ଡିଆ ଲିମିଟେଡ୍(CIL) ରେ ବଡ଼ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ଖୁସି ଖବର ନେଇଆସିଛି କୋଲ୍ ଇଣ୍ଡିଆ ଲିମିଟେଡ୍(CIL)। କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ମ୍ୟାନେଜ୍‌ମେଣ୍ଟ୍ ଟ୍ରେନୀ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୬୦୦ରୁ ଅଧିକ ପଦବୀ ପୂରଣ ହେବ।

ତେବେ କୋଲ୍ ଇଣ୍ଡିଆରେ ମ୍ୟାନେଜମେଣ୍ଟ ଟ୍ରେନି ପଦ ପାଇଁ ଆବେଦନ କରିବାକୁ, GATE ୨୦୨୫ ପରୀକ୍ଷାରେ ଭାଗ ନେବା ଆବଶ୍ୟକ। GATE ପରୀକ୍ଷା ସ୍କୋର ଆଧାରରେ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ଅଫିସିଆଲ୍ ୱେବ୍‌ସାଇଟ୍‌ www.coalindia.in.କୁ ଯାଇ ଆବେଦନ କରିପାରିବେ ।

Coal India Limited

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୯ ଅକ୍ଟୋବର ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ - ୨୮ ନଭେମ୍ବର ୨୦୨୪

ଖାଲି ପଦବୀ:
ଖଣି ଇଞ୍ଜିନିୟରିଂ -୨୬୩ଟି ପୋଷ୍ଟ୍‌
ସିଭିଲ୍ ଇଞ୍ଜିନିୟରିଂ - ୯୧ଟି ପୋଷ୍ଟ୍‌
ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ - ୧୦୨ଟି ପୋଷ୍ଟ୍‌
ମେକାନିକାଲ୍ ଇଞ୍ଜିନିୟରିଂ - ୧୦୪ଟି ପୋଷ୍ଟ୍‌
ସିଷ୍ଟମ୍ ଇଞ୍ଜିନିୟରିଂ - ୪୧ଟି ପୋଷ୍ଟ୍‌
ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ - ୩୯ଟି ପୋଷ୍ଟ୍‌
ମୋଟ୍ - ୬୪୦ଟି ପୋଷ୍ଟ୍

ଯୋଗ୍ୟତା:
BE / B.Tech ପାସ୍ କିମ୍ବା ଅନ୍ତିମ ବର୍ଷର ଛାତ୍ର ହେବା ଉଚିତ
ସ୍ଥାପତ୍ୟ / ବିଜ୍ଞାନ / ବାଣିଜ୍ୟ / କଳା / ହ୍ୟୁମାନିଟି କ୍ଷେତ୍ରରେ ଗ୍ରାଜୁଏସନ
GATE ୨୦୨୪ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ
GATE ସ୍କୋର ଆଧାରରେ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ
ଏହା ପରେ ଏକ ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ହେବ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:
ସର୍ବନିମ୍ନ ବୟସ - ବିଜ୍ଞପ୍ତିରେ ଦିଆଯାଇନି
ସର୍ବାଧିକ ବୟସ - ୩୦ ବର୍ଷ
ବୟସ ଗଣନା ୩୦।୦୯।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:
ସାଧାରଣ ବର୍ଗ/ OBC/EWS - ୧୧୮୦ ଟଙ୍କା
SC/ST /PWBD/ESM - ଦେୟମୁକ୍ତ

GATE ୨୦୨୫ ପରୀକ୍ଷା:
ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଦକ୍ଷତା ପରୀକ୍ଷା (GATE) ହେଉଛି ଏକ ଜାତୀୟ ସ୍ତରର ପରୀକ୍ଷା। ଯାହା ବିଭିନ୍ନ ସ୍ନାତକୋତ୍ତର ବିଷୟ ଉପରେ ପ୍ରାର୍ଥୀଙ୍କ ବୁଝିବା ଶକ୍ତିକୁ ଆକଳନ କରିବା ପାଇଁ ଡିଜାଇନ୍ କରାଯାଇଛି। GATE ୨୦୨୫ ପରୀକ୍ଷା IIT ରୁକଡି ଦ୍ୱାରା ୧, ୨, ୧୫ ଏବଂ ୧୬ ଫେବୃଆରୀ ୨୦୨୫ରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୯ରେ ଏହାର ଫଳାଫଳ ଘୋଷଣା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+