Forest Guard Recruitment: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସୂଚନା। କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ୩ ହଜାର ଫରେଷ୍ଟ ଗାର୍ଡ ପଦବୀ ଖାଲିପଡ଼ିଛି। ୨ ହଜାର ପଦବୀ ପୂରଣ କରିବୁ, ପ୍ରସ୍ତୁତି ଚାଲିଥିବା କହିଲେ ।

Forest Guard Recruitment

ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ସଚେତନତା ରଥ ଗଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ, ଗଣେଶରାମ ସିଂହ ଖୁଣ୍ଟିଆ ଯୋଗ ଦେଇ ପତାକା ହଲାଇ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ନାୟକ, ଜିଲାପାଳ ବିଶାଳ ସିଂହ, ଡିଏଫ୍‌ଓ ଧନରାଜ ଏଚ. ଡିଙ୍କ ସମେତ ବହୁ ବିଶିଷ୍ଟ ଲୋକ, ମହିଳା ସଦସ୍ୟା, ଭାଜପା ଦଳର ନେତା ଉପସ୍ଥିତ ଥିଲେ । ଏହି ରଥ ବିଭିନ୍ନ ବ୍ଲକର ଗାଁଗଣ୍ଡା ବୁଲି ଲୋକଙ୍କୁ ସୁଭଦ୍ରା ଯୋଜନା ବିଷୟରେ ସଚେତନ କରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ 'ସୁଭଦ୍ରା' ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ । ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ଆମ ସରକାରଙ୍କ ଲକ୍ଷ୍ୟ । ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+