CISF JOB: ୧,୧୬୧ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ
CISF JOB: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଭଲ ଖବର । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) କନଷ୍ଟେବଳ ଏବଂ ଟ୍ରେଡସମ୍ୟାନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
ଆବେଦନ ପ୍ରକ୍ରିୟା ୫ ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି ଏବଂ ଆଗ୍ରହୀ ପ୍ରାର୍ଥୀମାନେ ୩ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। CISF ନିଯୁକ୍ତି ଅଭିଯାନ ଅଧୀନରେ ୧,୧୬୧ ପଦବୀ ପୂରଣ କରାଯିବ।
ଆଗ୍ରହୀ ପ୍ରାର୍ଥୀମାନେ CISFର ଅଫିସିଆଲ ୱେବସାଇଟ cisfrectt.cisf.gov.in କୁ ଯାଇ ଆବେଦନ କରିପାରିବେ।
ବୟସ ସୀମା: ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ। ସରକାରୀ ନିୟମ ଅନୁଯାୟୀ ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ମିଳିବ।

ଶିକ୍ଷାଗତ ଯୋଗ୍ୟତା: ଦଶମ ପାସ ପ୍ରାର୍ଥୀ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହା ସହିତ, ITI ପ୍ରମାଣପତ୍ର ଧାରଣ କରିଥିବା ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ।
ଆବେଦନ ଫିସ: ସାଧାରଣ, OBC ଏବଂ EWS ପ୍ରାର୍ଥୀଙ୍କ ପାଇଁ 100 ଆବେଦନ ଫିସ୍ ସ୍ଥିର କରାଯାଇଛି। ଏସସି, ଏସଟି ଏବଂ ମହିଳା ପ୍ରାର୍ଥୀମାନଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ।
ଏହି ଫି ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଂ କିମ୍ବା UPI ମାଧ୍ୟମରେ ପୈଠ କରାଯାଇପାରିବ।












Click it and Unblock the Notifications