ଷ୍ଟାର୍ଟ ଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ କରୁଛି ଭୁବନେଶ୍ବର ଏସଟିପିଆଇ
ଭୁବନେଶ୍ବର ସ୍ଥିତ STPI ଷ୍ଟାର୍ଟ ଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ କରୁଛି ଏବଂ ଓଡିଆ ଷ୍ଟାର୍ଟ ଅପମାନଙ୍କ ଦ୍ୱାରା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶ୍ୱସ୍ତରୀୟ ସଫଫେଓ୍ୱର ଉତ୍ପାଦ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛିା । ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଭୁବନେଶ୍ୱର ସ୍ଥିତ ସଫଫେଓ୍ୱର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ପରିଦର୍ଶନରେ ଯାଇ ଏହା କହିଛନ୍ତି। ଏହି ଅବସରରେ ସେ ବାର ଜଣ ଓଡିଆ ଷ୍ଟାର୍ଟ ଅପ ସହ ଆଲୋଚନା କରିଥିଲେ।

୧୨ ଜଣ ଷ୍ଟାର୍ଟ ଅପ ସହ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ ଆଲୋଚନା କରି ଏହି ଷ୍ଟାର୍ଟ ଅପ୍ ଇକୋସିଷ୍ଟମରେ ଯେପରି ଅଧିକରୁ ଅଧିକ ଯୁବକଯୁବତୀ ସାମିଲ ହେବେ ସେଥି ନିମନ୍ତେ ପରାମର୍ଶ ଦେଇଥିଲେ । ସେଠାରେ ସେ ଏସ୍ପିକେ-ମାକ୍ ଟେକ୍ନୋଲୋଜି, ଥିଙ୍କର ଇନୋଭେଟିଭ ସଲୁସନ୍ସ, ଏଫ୍ଏକସ ୟୁଏଭି ଟେକ୍ନୋଲୋଜି, କାର୍ବୋନୌଟ, ଇସାମ୍ସ, କ୍ୱିବି୭, ପ୍ରାଇମ୍, ଡାରଓ୍ୱିନ୍ ଏନର୍ଜି ଏବଂ ଥିଙ୍କ୍ ଟ୍ୟାଙ୍କର ଏକାଡେମୀ ଷ୍ଟାର୍ଟ ଅପ୍ର ବିଭିନ୍ନ ଉତ୍ପାଦ ବୁଲି ଦେଖିଥିଲୋ ସୂଚନା ଥାଉ କି ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍ ଓଡିଶା ଏହି ଉଦୀୟମାନ ଯୁବ ଷ୍ଟାର୍ଟ ଅପ୍ ମାନଙ୍କୁ ଏସ୍ଟିପିଆଇର ଇନ୍କୁ୍ୟବେସନ ସେଣ୍ଟରଠାରେ ନିଜର ଉତ୍ପାଦ ପ୍ରସ୍ତୁତ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ଏହି ପାର୍କରେ କୃଷି ଏବଂ ମତ୍ସ୍ୟ ଚାଷ, ସୌର ଉତ୍ପାଦ, ୟୁଏଭି, ଇଲୁମିନେଟେଡ ଟାଇଲ,
ଟ୍ରାଇ ମୋଡ୍ ଡ୍ରୋନ୍, ସ୍ଵୟଂ ଚାଳିତ ୟୁଭିସି ବିଶୋଧନ ରୋବୋଟ୍ ଓ ଔଷଧ ବିତରଣ ଯନ୍ତ୍ର, ଅତ୍ୟାଧୁନିକ ଆଇଓଟି ପର୍ଯ୍ୟବସିତ ପାନୀୟ ଯନ୍ତ୍ର, ଭିଓ୍ୱାନ ଟାଇଲ ଭଳି ଉତ୍ପାଦ ଆମ ଓଡିଆ ଯୁବ ଷ୍ଟାର୍ଟ ଅପ ଦ୍ୱାରା ପ୍ରସ୍ତୁତ ହୋଇଛିା ଏହି ଗସ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।












Click it and Unblock the Notifications