For Quick Alerts
Turn On Notification  
For Daily Alerts
Oneindia App Download

ବେଙ୍ଗାଲୁରୁ କମ୍ପାନୀରେ 'ନାପ୍ କଲଚର' ଆରମ୍ଭ, ଟୁଇଟରରେ ଇମେଲକୁ ନେଇ ଚର୍ଚ୍ଚା

ବେଙ୍ଗାଲୁରୁର 'ୱାକଫିଟ୍ 'ନାମକ ଏକ ଷ୍ଟାର୍ଟଅପ୍ କମ୍ପାନୀ ଏହି କଲ୍ଚର ଆରମ୍ଭ ନେଇ ଘୋଷଣା କରିଛି । ୱାକଫିଟର ସହ-ପ୍ରତିଷ୍ଠାତା ଚତୈନ୍ୟ ରାମଲିଙ୍ଗେଗୋଡା କର୍ମଚାରୀମାନଙ୍କୁ କାର୍ଯ୍ୟ ସମୟରେ ଆନୁଷ୍ଠାନିକ ଭାବେ ଶୋଇବା ବିଷୟରେ ଇ-ମେଲ୍ କରିବା ପରେ ଟ୍ୱିଟରରେ ଖୁବ୍ ଚର

By Shreemaye Samapika
|

ବେଙ୍ଗାଲୁରୁ: ସାଧାରଣତଃ କାମ କରିବା ସମୟରେ ଆମକୁ ଥକା ଲାଗିବା ସହ ନିଦ ମଧ୍ଯ ଲାଗିଥାଏ। ଅନେକ ଏହାକୁ ଅସ୍ୱୀକାର କଲେ ମଧ୍ୟ ଏହା ସତ। ଜାପାନରେ ସମସ୍ତ କର୍ମଚାରୀଙ୍କ ପାଇଁ ରହିଛି ' ନାପ୍ କଲଚର' । ତେବେ ଜାପାନ ତୁଳନାରେ ଭାରତରେ ଏତେ ଜଣାଶୁଣା ନୁହେଁ ଏହି କଲଚର।

nap break

ତେବେ ବେଙ୍ଗାଲୁରୁର 'ୱାକଫିଟ୍ 'ନାମକ ଏକ ଷ୍ଟାର୍ଟଅପ୍ କମ୍ପାନୀ ଏହି କଲ୍ଚର ଆରମ୍ଭ ନେଇ ଘୋଷଣା କରିଛି । ୱାକଫିଟର ସହ-ପ୍ରତିଷ୍ଠାତା ଚତୈନ୍ୟ ରାମଲିଙ୍ଗେଗୋଡା କର୍ମଚାରୀମାନଙ୍କୁ କାର୍ଯ୍ୟ ସମୟରେ ଆନୁଷ୍ଠାନିକ ଭାବେ ଶୋଇବା ବିଷୟରେ ଇ-ମେଲ୍ କରିବା ପରେ ଟ୍ୱିଟରରେ ଖୁବ୍ ଚର୍ଚ୍ଚା ହେଉଛି । ୱାକଫିଟ୍ ଦ୍ୱାରା ସେୟାର କରାଯାଇଥିବା ଏକ ଟ୍ୱିଟର ପୋଷ୍ଟରେ ଇମେଲର ବିଷୟବସ୍ତୁ ମଧ୍ୟ ଦର୍ଶାଯାଇଛି ।

"ଆମେ କାର୍ଯ୍ୟକ୍ଷେତ୍ରରେ ଦିନ ୨ ରୁ ୨.୩୦ ପର୍ଯ୍ୟନ୍ତ ୩୦ ମିନିଟ ଆମର ସମସ୍ତ କର୍ମଚାରୀଙ୍କ ପାଇଁ ଶୋଇବା ସମୟ ବୋଲି ଘୋଷଣା କରିଛୁ । ଆଜିଠାରୁ ଏହି ନାପ ଟାଇମରେ ଆପଣ ଆରାମ କରିପାରିବେ । ଅଫିସିଆଲ୍ ନାପ୍ ଟାଇମ୍ ଭାବରେ ଆପଣଙ୍କୁ ଏନେଇ ଏକ କ୍ୟାଲେଣ୍ଡର ଦିଆଯିବ। ଇ-ମେଲ୍ ପଢିବା ପାଇଁ ଏବେ ଆମେ ଆରାମଦାୟକ ନାପ୍ ପୋଡ୍ ତିଆରି କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ "ବୋଲି ଇମେଲରେ ଲେଖା ଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bengaluru start-up Company will now allow 30 minute official nap breaks for employees
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X