Get Updates
Get notified of breaking news, exclusive insights, and must-see stories!

Bank of Baroda ଆଣିଲା ଚାକିରି ଅଫର: ୨୭୦୦ ପଦବୀ ପାଇଁ କରିପାରିବେ ଆବେଦନ

ଆସିଲା ବଡ଼ ଖବର। ପାଠ ପଢ଼ି ଘରେ ବସିରହିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆଣିଲା ବ୍ୟାଙ୍କ ଅଫ୍ ବରୋଦା(Bank of Baroda)। ଚାକିରି ସହ ଅଭିଜ୍ଞତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କଲା Bank of Baroda । ବ୍ୟାଙ୍କ ତରଫରୁ ଏବେ ୨୭୦୦ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। bankofbaroda.bank.inକୁ ଯାଇ ଲୋକେ ଅନଲାଇନରେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ନଭେମ୍ବର ୧୧ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ। ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

କ'ଣ ଯୋଗ୍ୟତା ଆବଶ୍ୟକ?
ଆପ୍ରେଣ୍ଟିସ୍(Apprentice) ପଦବୀ ପାଇଁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆବେଦନକାରୀଙ୍କ ବୟସସୀମା ସର୍ବନିମ୍ନ ୨୦ ବର୍ଷ ହୋଇଥିବା ସହ ସର୍ବାଧିକ ୨୮ ବର୍ଷ ହୋଇଥିବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ ଅନୁସୂଚିତ ଜାତି-ଅନୁସୂଚିତ ଜନଜାତିଙ୍କ ପାଇଁ ୫ବର୍ଷ, OBCଙ୍କ ୩ବର୍ଷ ଏବଂ ଦିବ୍ୟାଙ୍ଗ ଆବେଦନକାରୀଙ୍କ ପାଇଁ ୧୦ବର୍ଷ ବୟସ ଛାଡ କରାଯାଇଛି। ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

Bank of Baroda has released a job offer

କେତେ ରହିବ ଆବେଦନ ରାଶି ?
ବ୍ୟାଙ୍କ ଅଫ ବରୋଦାରେ ଆବେଦନ କରିବା ପାଇଁ ନିର୍ଦ୍ଦିଷ୍ଟ ଫି' ଧାର୍ଯ୍ୟ କରାଯାଇଛି। ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ରାଶି ନିର୍ଦ୍ଧାରିତ କରାଯାଇଛି। ସାଧାରଣ, ଓବିସି ଏବଂ EWS ଆବେଦନକାରୀଙ୍କ ପାଇଁ ୮୦୦ ଟଙ୍କା ଫି' ରହିଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ୪୦୦ଟଙ୍କା ଫି' ରହିଛି। ଅନ୍ୟପକ୍ଷରେ ଅନୁସୂଚିତ ଜାତି-ଅନୁସୂଚିତ ଜନଜାତିର ଆବେଦନକାରୀ କୌଣସି ଫି' ନନେଇ ଏହି ପଦବୀ ପାଇଁ ଆବେଦନ କରିପାରିବେ।

କିପରି କରାଯିବ ଚୟନ ?
ସବୁ ପରୀକ୍ଷା ପରି ଏହି ପରୀକ୍ଷା ୩ଟି ସ୍ଥର ଦେଇ କରାଯିବ, ଯେଉଁଥିରେ ଅନ୍‌ଲାଇନ୍ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ସ୍ଥାନୀୟ ଭାଷା ପରୀକ୍ଷା ସାମିଲ ରହିଛି। ଲିଖିତ ପରୀକ୍ଷାର ଅବଧି ୧ ଘଣ୍ଟା ରହିବ। ଯେଉଁ ପରୀକ୍ଷାର୍ଥୀମାନେ ଏଥିରେ ଉତ୍ତିର୍ଣ୍ଣ ହେବେ ସେମାନଙ୍କ ଡକୁମେଣ୍ଚ ଯାଞ୍ଚ କରାଯିବ ଏବଂ ସେମାନେ ସ୍ଥାନୀୟ ଭାଷା ପରୀକ୍ଷା ଦେବେ। ଶେଷରେ ଯେଉଁମାନେ ଏଥିରେ ଉତ୍ତିର୍ଣ୍ଣ ହେବେ ସେମାନେ ବ୍ୟାଙ୍କ ଅଫ ବରୋଦାରେ କାମ କରିପାରିବେ। କେବଳ ଏତିକି ନୁହେଁ, ମନୋନିତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ ପାଇବେ। ମାସକୁ ୧୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ, ୧୨ ମାସର ତାଲିମ ଦିଆଯିବ।

କିପରି ଆବେଦନ କରିବେ?
୧. ପ୍ରଥମେ, ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ୍ ୱେବସାଇଟ୍‌(bankofbaroda.bank.in)କୁ ଯାଆନ୍ତୁ।

୨. ତା'ପରେ ଆପଣ "Apprentice Recruitment 2025" ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

୩. ଆବଶ୍ୟକୀୟ ସୂଚନା, ଯେପରିକି ନାମ, ଇମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ଦିଅନ୍ତୁ।

୪. ପଞ୍ଜିକରଣ ସମାପ୍ତ କରିବା ପରେ, ଆବେଦନ ଫର୍ମରେ ଆପଣଙ୍କର ଶିକ୍ଷାଗତ ସୂଚନା ପୂରଣ କରନ୍ତୁ।

୫. ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ।

୬. ଆବେଦନ ଫି' ପ୍ରଦାନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ।

୭. ଶେଷରେ, ଫର୍ମର ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ରଖନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+