Get Updates
Get notified of breaking news, exclusive insights, and must-see stories!

ଓଡିଶାରେ ବ୍ୟାଙ୍କରେ କରନ୍ତୁ ଚାକିରି; ତୁରନ୍ତ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କରନ୍ତୁ ଚାକିରି । ଆପଣଙ୍କ ପାଇଁ ଅଛି ସୁବର୍ଣ୍ଣ ସୁଯୋଗ । ଅଧ୍ୟାପକ, ଗାର୍ଡନର୍, ଅଫିସ୍ ଆସିଷ୍ଟାଣ୍ଟ୍‌ ବିଜ୍ଞପ୍ତି ବାହାର କରିଛି ବ୍ୟାଙ୍କ୍ । ଅଫ୍‌ଲାଇନ୍ ଆବେଦନ ମୋଡ୍ ମାଧ୍ୟମରେ ଏହି ନିଯୁକ୍ତି ହେବ ।

ତେବେ ଏହି ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଦରମା, ଗୁରୁତ୍ୱପୂର୍ଣ୍ଣ ତାରିଖ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ଚୟନ ପ୍ରକ୍ରିୟା କଣ ରହିଛି ଚାଲନ୍ତୁ ଜାଣିବା । ଏହି ନିଯୁକ୍ତି କେବଳ ଓଡ଼ିଶାରେ ହେବ । ଏଥିପାଇଁ ଆବେଦନ ୦୨ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ୨୦ ନଭେମ୍ବର ୨୦୨୩ରେ ଆବେଦନ ପ୍ରକ୍ରିୟା ଶେଷ ହେବ ।

ତେବେ ଆପଣ କିପରି ଆବେଦନ କରିବେ ଜାଣିବା ପାଇଁ ୱେବ୍‌ସାଇଟରେ ଭିଜିଟ କରନ୍ତୁ ।https://centralbankofindia.co.in/en କୁ ଯାଇ ସବୁ ତଥ୍ୟ ଜାଣି ପାରିବେ ।

ବୟସ ସୀମା ସର୍ବନିମ୍ନ ୨୨ ବର୍ଷ ଥିବା ବେଳେ ସର୍ବାଧିକ ବୟସ ୪୦ ବର୍ଷ ରହିଛି । ସେହିପରି OBC ଙ୍କ ପାଇଁ ୦୩ ବର୍ଷ, ST / SC / Pwd/ Ex- Service man ଙ୍କ ପାଇଁ ୦୫ ବର୍ଷ ଓ PWD + SC / ST- ୧୫ ବର୍ଷ କୋହଳ ରହିଛି ।

bank_job_odisha

ମାସିକ ଦରମା:
ଅଧ୍ୟାପକଙ୍କ ମାସିକ ଦରମା ୨୦,୦୦୦ ଟଙ୍କା ଥିବା ବେଳେ ଅଫିସ୍ ଆସିଷ୍ଟାଣ୍ଟଙ୍କ ପାଇଁ ୧୨,୦୦୦ ଟଙ୍କା ଓ ଗାର୍ଡେନରଙ୍କ ପାଇଁ ୬,୦୦୦ ଟଙ୍କା ରହିଛି ।

ଶିକ୍ଷାଗତ ଯୋଗ୍ୟତା:
ଅଧ୍ୟାପକ ପାଇଁ ସାଇକୋଲୋଜିରେ ସ୍ନାତକ / ସ୍ନାତକୋତ୍ତର, କୃଷିରେ B.Sc, ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ B.A ସହିତ B.Ed ସ୍ଥାନୀୟ ଭାଷାରେ ଜ୍ଞାନ ଥିବା ଆବଶ୍ୟକ।
ଟାଇପିଂ ସହିତ କମ୍ପ୍ୟୁଟର ଜ୍ଞାନ ବି ଆବଶ୍ୟକ ଅଛି ।

ଅଫିସ୍ ଆସିଷ୍ଟାଣ୍ଟ :
କମ୍ପ୍ୟୁଟର ଜ୍ଞାନ ସହିତ BSW ରେ ସ୍ନାତକ / B.A / B.Com
କମ୍ପ୍ୟୁଟର ଜ୍ଞାନ, MS ଅଫିସ୍, ଟାଲି ବିଷୟରେ ଜ୍ଞାନ ଥିବା ଆବଶ୍ୟକ ଅଛି ।

ଗାର୍ଡେନର :
ସପ୍ତମ ଶ୍ରେଣୀ ପାଶ୍
କୃଷି /ବଗିଚା/ ଉଦ୍ୟାନ କୃଷି କ୍ଷେତ୍ରରେ ଅଭିଜ୍ଞତା

କିପରି କରିବେ ଆବେଦନ:
ଅଫିସିଆଲ୍ ୱେବ୍‌ସାଇଟ୍ https://centralbankofindia.co.in/en କୁ ଯାଇ ଫର୍ମ ପୂରଣ କରି ପଞ୍ଜୀକରଣ କରନ୍ତୁ । ସମସ୍ତ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ। ପର୍ମର ଏକ ପ୍ରିଣ୍ଟ କାଢନ୍ତୁ । ଏହି ଫର୍ମ ସହିତ ଡକ୍ୟୁମେଣ୍ଟ ଦେଇ ନିମ୍ନ ଠିକଣାରେ ପଠାନ୍ତୁ ।

ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ, ଆଞ୍ଚଳିକ କାର୍ଯ୍ୟାଳୟ
ସମ୍ବଲପୁର କ୍ୱାଣ୍ଟମ୍ ବିଲ୍ଡିଂ ମୋଦିପଡା, ଫାର୍ମ ରୋଡ୍,
ସମ୍ବଲପୁର, ଓଡ଼ିଶା, ପିନ୍-୭୬୮୦୦୨

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+