ବନ୍ୟା ପାଇଁ ଘୁଞ୍ଚିଲା ASO ଲିଖିତ ପରୀକ୍ଷା, ପରବର୍ତ୍ତୀ ତାରିଖ ଘୋଷଣାକୁ ଅପେକ୍ଷା
ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଘୁଞ୍ଚିଲା ଏଏସଓ(ASO) ଲିଖିତ ପରୀକ୍ଷା । ଆସନ୍ତା ରବିବାର ଦିନ ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ(OPSC) ସୂତ୍ରରୁ ଆଜି ସୂଚନା ମିଳିଛି ।
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଘୁଞ୍ଚିଲା ଏଏସଓ(ASO) ଲିଖିତ ପରୀକ୍ଷା । ଆସନ୍ତା ରବିବାର ଦିନ ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ(OPSC) ସୂତ୍ରରୁ ଆଜି ସୂଚନା ମିଳିଛି ।

ତେବେ ଏହି ପରୀକ୍ଷା ନିମନ୍ତେ ନୂଆ ତାରିଖ ଘୋଷଣା କରାଯାଇ ନାହିଁ । ଅଗଷ୍ଟ ୨୧ ତାରିଖ ରବିବାର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଓପିଏସସି ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଖୁବଶୀଘ୍ର ଘୋଷଣା ହେବ ବୋଲି ସୂଚନା ଦିଆଯାଇଛି ।
ASO Written Exam postponed. Here is the notice of the OPSC pic.twitter.com/KVK4tjAjDf
— SATYAJIT MOHANTY (@satyajitips88) August 18, 2022
ASO ଲିଖିତ ପରୀକ୍ଷା ଦେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ବନ୍ୟା ଘେରରେ ଥିବାରୁ ସେମାନଙ୍କ ସୁବିଧା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ।












Click it and Unblock the Notifications