ହିନ୍ଦୁସ୍ତାନ କପର୍ ଲିମିଟେଡ୍ (HCL) ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ କରନ୍ତୁ ଆବେଦନ
ହିନ୍ଦୁସ୍ତାନ କପର୍ ଲିମିଟେଡ୍ (HCL) ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରନ୍ତି। ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୮୪ ପଦବୀ ପୂରଣ ହେବ। HCL ର ଅଫିସିଆଲ୍ ୱେବସାଇଟ୍ hindustancopper.com କୁ ଯାଇ ଅନ୍ଲାଇନ ଆବେଦନ କରିପାରିବେ।
ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ୦୫ ଅଗଷ୍ଟ ୨୦୨୩ ଶେଷ ହେବ। ସେହିପରି ଅଗଷ୍ଟ ୯ରେ ସର୍ଟଲିଷ୍ଟ୍ ତାଲିକା ପ୍ରକାଶ ପାଇବ। ସର୍ବନିମ୍ନ ବୟସ ୧୮ ଥିବା ବେଳେ ସର୍ବାଧିକ ବର୍ଷ ୨୫।ବୟସ ଗଣନା ୦୫ ଅଗଷ୍ଟ ୨୦୨୩ ଆଧାରରେ ହେବ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସରେ କୋହଳ କରାଯିବ ।

ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ apprenticeshipindia.gov.in କୁ ଯାଇ ପଞ୍ଜିକରଣ କରନ୍ତୁ। 'Establishment Search' ଉପରେ କ୍ଲିକ୍ କରନ୍ତୁ। HCL ଚୟନ କରନ୍ତୁ। ଟ୍ରେଡ୍ ଆପ୍ରେଣ୍ଟିସ୍ ପ୍ରୋଗ୍ରାମ୍ ପାଇଁ ଆବେଦନ କରନ୍ତୁ ଏବଂ Submit କରନ୍ତୁ। ପରେ hindustancopper.com କୁ ଯାଆନ୍ତୁ। କ୍ୟାରିଅର୍ ପେଜକୁ ଯାଆନ୍ତୁ। ଫର୍ମ ପୂରଣ କରନ୍ତୁ।
ସମ୍ପୃକ୍ତ ବକ୍ସରେ ୱେବସାଇଟ୍ apprenticeshipindia.gov.in ରେ ପଞ୍ଜୀକରଣ ନମ୍ବର ଦିଅନ୍ତୁ। ପୂରଣ କରିଥିବା ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ବାହାର କରନ୍ତୁ।
ଶିକ୍ଷାଗତ ଯୋଗ୍ୟତା:
ଟ୍ରେଡ୍ ମେଟ୍ ଓ ବ୍ଲାଷ୍ଟର୍ ପାଇଁ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ୧୦ + ୨ ଆଧାରରେ ଦଶମ / ମାଟ୍ରିକ୍ ପାଶ୍ କରିଥିବେ, ଅନ୍ୟାନ୍ୟ ଟ୍ରେଡ୍ ପାଇଁ ଦଶମ ସହିତ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସମ୍ପୃକ୍ତ ଟ୍ରେଡ୍ରେ ITI କରିଥିବା ଜରୁରୀ












Click it and Unblock the Notifications