ଇଣ୍ଡିଆନ୍ କୋଷ୍ଟଗାର୍ଡରେ ଚାକିରି ପାଇଁ କରନ୍ତୁ ଆବେଦନ
ଦଶମ ପାଶ କରିଥିଲେ ଆପଣ କରିପାରିବେ ଇଣ୍ଡିଆନ୍ କୋଷ୍ଟଗାର୍ଡରେ ଚାକିରି। ଆଉ ଡେରି କରନ୍ତୁ ନି ତୁରନ୍ତ ଆବେଦନ କରି ପାଆନ୍ତୁ ଚାକିରି। ଅଫ୍ଲାଇନ୍ ମୋଡ୍ରେ ଆବେଦନ କରିବାକୁ ପଡିବ।
ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ (OG), ମୋଟର ଟ୍ରାନ୍ସପୋର୍ଟ ଫିଟର (ମେକାନିକାଲ୍), ମଲ୍ଟି ଟାସ୍କିଂ ଷ୍ଟାଫ୍ (ମୋଟର ଟ୍ରାନ୍ସପୋର୍ଟ କ୍ଲିନର୍) ସହିତ ବିଭିନ୍ନ ପଦବୀରେ ନିଯୁକ୍ତି ବାହାର କରିଛି, ଇଣ୍ଡିଆନ୍ କୋଷ୍ଟ ଗାର୍ଡ। ଆବେଦନ ପ୍ରକ୍ରିୟା ଏଥିପାଇଁ ଆରମ୍ଭ ହୋଇଯାଇଛି।

ଆବେଦନ ୦୧ ଜୁଲାଇ ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ୧୪ ଅଗଷ୍ଟ ୨୦୨୩ରେ ଶେଷ ହେବ। ସର୍ବନିମ୍ନ ବୟସ ୧୮ ବର୍ଷ ଥିବା ବେଳେ ସର୍ବାଧିକ ବୟସ ୨୭ । ସଂରକ୍ଷିତ ବର୍ଗ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମାରେ କୋହଳ ।
ଏହି ପୋଷ୍ଟରେ କରିବେ ଆବେଦନ
ସିଭିଲିଆନ୍ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର - ୧ଟି ପୋଷ୍ଟ
ମୋଟର ଟ୍ରାନ୍ସପୋର୍ଟ (ମେକାନିକାଲ୍) - ୨ଟି ପୋଷ୍ଟ୍
ମଲ୍ଟି ଟାସ୍କିଂ ଷ୍ଟାଫ୍ - ୫ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
ପ୍ରାର୍ଥୀ ଦଶମ ପାଶ୍ କରିବା ସହ ଟ୍ରାନ୍ସପୋର୍ଟ ଡ୍ରାଇଭର ପଦ ପାଇଁ ଭାରୀ କିମ୍ବା ହାଲୁକା ମୋଟର ଯାନ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ।
ଆବେଦନ ଫର୍ମ ପଠାଇବାର ଠିକଣା:
ଡାଇରେକ୍ଟର୍ ଜେନେରାଲ୍, କୋଷ୍ଟଗାର୍ଡ ହେଡ୍କ୍ୱାର୍ଟର୍ସ, ଡାଇରେକ୍ଟର ଅଫ୍ ରିକ୍ରୁଟ୍ମେଣ୍ଟ୍, ସି -1, ଫେଜ୍ ୨, ଇଣ୍ଡଷ୍ଟ୍ରିଆଲ୍ ଏରିଆ, ନୋଏଡା, ୟୁପି-୨୦୧୩୦୯।












Click it and Unblock the Notifications