ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ଭାରତୀୟ ବାୟୁସେନାର ବିଜ୍ଞପ୍ତି
ଅଗ୍ନିବୀରଙ୍କ ନୂଆ ନିଯୁକ୍ତି ପାଇଁ ଭାରତୀୟ ବାୟୁସେନା ବିଜ୍ଞପ୍ତି ଜାରି ହୋଇଛି । ଏଥିପାଇଁ ୨୭ ଜୁଲାଇରୁ ଆବେଦନ ଆରମ୍ଭ ହେବ । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ agnipathvayu.cdac.in ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ ।
ଅନଲାଇନ୍ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବ । ଆବେଦନକାରୀ ଗଣିତ, ଫିଜିକ୍ସ ଓ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବା ଆବଶ୍ୟକ । ୧୭ ଅଗଷ୍ଟ ଆବେଦନର ଶେଷ ତାରିଖ।

ସେହିପରି ୫୦ ପ୍ରତିଶତ ନମ୍ବର ସହ ତିନି ବର୍ଷିୟ ଇଞ୍ଜିନିୟରିଂ ଡିପ୍ଲୋମା ଧାରକ ତଥା ଫିଜିକ୍ସ ଓ ଗଣିତ ପରି ନନଭୋକେସନାଲ ବିଷୟରେ ୫୦ ପ୍ରତିଶତ ନମ୍ବର ସହ ଦୁଇ ବର୍ଷ ପାଠ ପଢ଼ିଥିବା ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ।
ପ୍ରଥେମେ ଅନଲାଇନ୍ ଲିଖିତ ପରୀକ୍ଷା, ତା ପରେ ଶାରୀରିକ ଟେଷ୍ଟ ଓ ପରେ ମେଡିକାଲ୍ ପରୀକ୍ଷା ହେବ । ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ହେବା ଦରକାର । ଅର୍ଥାତ ପ୍ରାର୍ଥୀଙ୍କ ଜନ୍ମ ୨୭ ଜୁନ୍ ୨୦୦୩ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ହୋଇଥିବା ଦରକାର।
ଆବେଦନ କରୁଥିବା ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୫୨.୫ ସେମି ଓ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୫୨ ସେମି ହୋଇଥିବା ଆବଶ୍ୟକ ।
ପୁରୁଷ ପ୍ରାର୍ଥୀଙ୍କ ଛାତି ଅତି କମରେ ୭୭ ସେମି ହୋଇଥିବା ସହ ସେମାନେ ୫ ସେମି ପର୍ଯ୍ୟନ୍ତ ଛାତି ଫୁଲାଇ ପାରୁଥିବେ ।












Click it and Unblock the Notifications