ଆଇଟି କ୍ଷେତ୍ରରେ ସୃଷ୍ଟି ହେବେ ୨ ଲକ୍ଷ ନିଯୁକ୍ତି, ସୂଚନା ଦେଲେ ଇନଫୋସିସ୍ ସହ-ପ୍ରତିଷ୍ଠାତା
ଆଇଟି କ୍ଷେତ୍ରରେ ସୃଷ୍ଟି ହେବେ ୨ ଲକ୍ଷ ନିଯୁକ୍ତି, ସୂଚନା ଦେଲେ ଇନଫୋସିସ୍ ସହ-ପ୍ରତିଷ୍ଠାତା
ବେଙ୍ଗାଲୁରୁ: ଆଗାମୀ ଦିନରେ ଆଇଟି କ୍ଷେତ୍ରରେ ୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ସୂଚନା ଦେଲେ ଇନଫୋସିସ୍ ସହ-ପ୍ରତିଷ୍ଠାତା କ୍ରିସ୍ ଗୋପାଳକୃଷ୍ଣନ୍ । ବେଙ୍ଗାଲୁରୁରେ ଏକ ଟେକ୍ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ମହାମାରୀ ସମୟରେ ଡିଜିଟାଲାଇଜେସନ୍ ତ୍ୱରାନ୍ୱିତ ହୋଇଛି ଏବଂ ଭାରତୀୟ ଆଇଟି କମ୍ପାନୀ ଏବଂ ଭାରତରରେ ଥିବା ବିଶ୍ୱର ବିକାଶ କେନ୍ଦ୍ରଗୁଡିକ ପ୍ରମାଣ କରିଦେଖାଇଛନ୍ତି ଯେ ଯେକୌଣସି ଆଘାତକୁ ପ୍ରତିହତ କରିବା ପାଇଁ ସେମାନଙ୍କର ସ୍ଥିରତା ରହିଛି ଏବଂ ସଫଳତା ହାସଲ କରିବା ପାଇଁ ସକ୍ଷମ । ଏହା ଦ୍ୱାରା ଭାରତୀୟ ଆଇଟି ସେବାରେ ବିଶ୍ୱ ବ୍ୟବସାୟ ତଥା ବହୁରାଷ୍ଟ୍ରୀୟ ନିଗମର ବିଶ୍ୱାସ ବୃଦ୍ଧି ହୋଇଛି ବୋଲି କହିଛନ୍ତି ଗୋପାଳକୃଷ୍ଣନ୍ ।













Click it and Unblock the Notifications