Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର

ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନିକ ସେବା ହେଉଛି ଏକକ ସେବା । ଏହା କେବଳ ଏକ ବୃତ୍ତି ନୁହେଁ । ମାଆ, ମାଟି ଓ ସାଧାରଣ ଜନତାର ସେବା କରିବା ହେଉଛି ଏହାର ଲକ୍ଷ୍ୟ । ସାଧାରଣ ଜନତାର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦେବା ଅନୁଚିତ ବୋଲି ନୂଆ ଅଫିସରଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

lokaseba bhaban

ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ଅଫିସରମାନଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଜନତାଙ୍କ ଆଶା ଓ ବିଶ୍ୱାସକୁ ଶକ୍ତିଶାଳୀ କରିବା ଦିଗରେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହି ଦିବସ ପ୍ରତି ଅଫିସରଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅୟମାରମ୍ଭ । ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁରୂପେ ପାଳନ କରିବା ଉଚିତ ।

ଏହାସହ ଆଜି ଲୋକସେବା ଭବନରେ ପେନସନଧାରୀଙ୍କ ପାଇଁ ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇ-ଗଭର୍ଣ୍ଣମେଣ୍ଟ ଡାଏରୀରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ୬ ଆଇପିଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ଦିଆଯାଇଛି ।

୩ ଆଇପିଏସ୍‌ଙ୍କୁ ଆଇଜି ଓ ୩ ଆଇପିଏସ୍‌ଙ୍କୁ ଡିଆଇଜି ଭାବେ ପଦୋନ୍ନତି କରାଯାଇଛି । ୨୦୦୪ ବ୍ୟାଚ୍‌ର ଦୀପକ କୁମାର, ଆଶିଷ ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ IG ଦାୟିତ୍ୱ ଦିଆଯାଇଛି । ୨୦୦୮ ବ୍ୟାଚ୍‌ର ୩ IPSଙ୍କୁ ଡିଆଇଜି ଭାବେ ପଦୋନ୍ନତି କରାଯାଇଛି । ଉମାଶଙ୍କର ଦାସ, ଆର୍. ପ୍ରକାଶ ଓ ସତ୍ୟଜିତ ନାୟକଙ୍କୁ DIG ପଦବୀରେ ପଦୋନ୍ନତି ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+