Get Updates
Get notified of breaking news, exclusive insights, and must-see stories!

SBIରେ ପୂରଣ ହେବ ୧୧୯୪ଟି ପଦବୀ; ମାର୍ଚ୍ଚ ୧୫ ପୂର୍ବରୁ ଆବେଦନ

ଏସବିଆଇ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୧୧୯୪ଟି ପଦବୀ ପୂରଣ ହେବ । ଏଥିପାଇଁ ମାର୍ଚ୍ଚ ୧୫ ଆବେଦନର ଅନ୍ତିମ ତାରିଖ ରହିଛି ।

ଇଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ ଓ୍ବେବସାଇଟ https://www.onlinesbi.sbi/ କୁ ଯାଇ ଆବେଦନ କରିପାରିବେ । କନକରେଣ୍ଟ ଅଡିଟର ବା ସମବର୍ତ୍ତୀ ଲେଖା ପରୀକ୍ଷକ ପଦରେ ନିଯୁକ୍ତି ଦିଆଯିବ ।

ଇଣ୍ଟରଭ୍ୟୁ ଆଧାରରେ ପ୍ରସ୍ତୁତ କରାଯାଇଥିବା ମେରିଟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଆବେଦନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଇଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

1194 vacancies to be filled in SBI

ବ୍ୟାଙ୍କର ବିଜ୍ଞପ୍ତି ମୁତାବକ, ଆବେଦନକାରୀ ସେବାନିବୃତ ହେବା ଜରୁରୀ । ସେବାନିବୃତ ପୂର୍ବରୁ ସ୍ବଇଚ୍ଛାରେ ସେବାନିବୃତ / ତ୍ୟାଗପତ୍ର / ନିଲମ୍ବିତ ବା ବ୍ୟାଙ୍କ ଛାଡ଼ିଥିବା ଅଧିକାରୀ ଏହି ନିଯୁକ୍ତି ପାଇଁ ଯୋଗ୍ୟ ହେବେ ନାହିଁ । ଏସବିଆଇ ଓ ତା'ର ଇ-ସହଯୋଗୀ ବ୍ୟାଙ୍କଗୁଡ଼ିକର ଅଧିକାରୀ ଯେଉଁମାନେ MMGS-III, SMGS-IV/V ଓ TEGS-VI ଭାବେ ସେବାନିବୃତ୍ତ ହୋଇଥିବେ, ସେମାନେ ଏହି ନିଯୁକ୍ତି ପାଇଁ ଯୋଗ୍ୟ ହେବେ । ପ୍ରାର୍ଥୀଙ୍କୁ ସର୍ବନିମ୍ନ ୧ ବର୍ଷ ଓ ସର୍ବାଧିକ ୩ ବର୍ଷ ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯିବ । ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ । ବ୍ୟାଙ୍କ ଦ୍ବାରା ଗଠିତ ଶର୍ଟଲିଷ୍ଟିଂ କମିଟି ଶର୍ଟଲିଷ୍ଟିଂ ନିୟମ ଧାର୍ଯ୍ୟ କରିବ । ତା'ପରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+