ସ୍ବାସ୍ଥ୍ୟ ବିଭାଗ ଅଧିନରେ ୧୧ ହଜାର ନର୍ସିଂ ଅଫିସର ପଦବୀ ସୃଷ୍ଟି

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଅଧିନରେ ୧୧,୦୦୬ଟି ନର୍ସିଂ ଅଫିସର ପଦବୀ ପୂରଣ କରାଯିବ । ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ଏହି ପଦବୀ ସୃଷ୍ଟି କରାଯାଇଛି ।

ଭୁବନେଶ୍ୱର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଅଧିନରେ ୧୧,୦୦୬ଟି ନର୍ସିଂ ଅଫିସର ପଦବୀ ପୂରଣ କରାଯିବ । ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ଏହି ପଦବୀ ସୃଷ୍ଟି କରାଯାଇଛି ।

Nursing

ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଏହିସବୁ ପଦବୀ ଗୁଡିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବୀ ଗୁଡିକ ପୂରଣ କରାଯିବ।

ଏହି ନୂତନ ପଦବୀ ଗୁଡିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ୫୪୦୦ଟି ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨୬୫୯ଟି ପଦବୀ ସୃଷ୍ଟି କରାଯାଇଛି । ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବୀ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବୀ ସୃଷ୍ଟି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+