ନ୍ୟୁୟର୍କର ମେୟର ହେଲେ ଭାରତୀୟ ବଂଶୋଦ୍ଭବ

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍‌ଦାନୀ। ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ି ବିଜୟ ହେଲେ ଜୋହରାନ୍। ଏହି ବିଜୟ ସହିତ ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି। ୩୪ବର୍ଷୀୟ ଜୋହରାନ ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋଙ୍କୁ ପରାସ୍ତ କରିଥିଲେ, ଯିଏ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋହରାନ ୭ବର୍ଷ ବୟସରେ ନ୍ୟୁୟର୍କ ସହରରେ ରହିବା ଆରମ୍ଭ କରିଥିଲେ। ତାଙ୍କ ପିତା, ମହମୁଦ ମମଦାନୀ ଜଣେ ପ୍ରସିଦ୍ଧ ଉଗାଣ୍ଡା ଲେଖକ ଏବଂ ମାଆ, ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ପୁଅ ଜୋହରାନ ମମଦାନୀ ୬୫୦,୦୦୦ରୁ ଅଧବକ ଭୋଟ କିମ୍ବା ପ୍ରାୟ ୫୧.୨ ପ୍ରତିଶତ ଭୋଟ ସହିତ ନିର୍ବାଚନରେ ବିଜୟୀ ହୋଇ ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହୋଇଛନ୍ତି ।

ବିଜୟ ହେବା ପରେ ଜୋହରାନ ମମଦାନୀ ସମର୍ଥକମାନଙ୍କୁ ସାମ୍ବୋଧିତ କରି ଜୋହରାନ ମମଦାନୀ କହିଥିଲେ 'ମୁଁ ଜବାହାରଲାଲ ନେହେରୁଙ୍କ କଥା ମନେ ପକାଉଛି । ଇତିହାସରେ ଏପରି ବିରଳ ମୁହୂର୍ତ୍ତ ଆସିଥାଏ ଯେତେବେଳେ ଆମେ ପୁରୁଣାରୁ ନୂତନକୁ ପାଦ ଦେଇଥାଉ ।

Zohran

ଯେତେବେଳେ ଏକ ଯୁଗ ଶେଷ ହୁଏ, ଦୀର୍ଘଦିନ ଧରି ଦମନ କରାଯାଇଥିବା ଆତ୍ମାମାନେ ମତାମତର ସ୍ୱାଧୀନତା ପାଆନ୍ତି । ଆଜି, ଆମେ ପୁରୁଣାରୁ ନୂତନକୁ ପାଦ ଦେଇଯାଉଛୁ । ଆସନ୍ତା ଏବେ ସ୍ପଷ୍ଟତା ଏବଂ ଦୃଢତାର ସହିତ କଥାବାର୍ତ୍ତା କରିବା, ଏବେ ଏକ ନୂୂତନ ଯୁଗର ଉଦୟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+