Get Updates
Get notified of breaking news, exclusive insights, and must-see stories!

ଜେଲେନସ୍କିଙ୍କ ବଡ଼ ବୟାନ, କହିଲେ ଭାରତ....

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଋଷ ସହିତ ସଂଘର୍ଷ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଭାରତ ଆମ ପକ୍ଷରେ ଅଛି । ତେବେ ଏନର୍ଜିକୁ ନେଇ କିଛି ମତଭେବ ରହିଛି କିନ୍ତୁ ତାହାକୁ ତୁଲାଯାଇ ପାରିବ ।

zelensky

ଜେଲେନସ୍କି କହିଛନ୍ତି ଯେ, ୟୁରୋପ ଭାରତ ସହିତ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଉଚିତ । ଆମେ ଭାରତକୁ ଅଣଦେଖା କରିପାରିବୁ ନାହିଁ । ଆମକୁ ଭାରତରୁ ପଛକୁ ହଟିବା ଉଚିତ୍ ନୁହେଁ । ଏହା ବ୍ୟତୀତ, ଜେଲେନସ୍କି ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦକୁ କହିଥିଲେ । ଯଦି ଚୀନ୍ ପ୍ରକୃତରେ ଏହି ସଂଘର୍ଷର ଅନ୍ତ ଚାହୁଁଛି । ତେବେ ସେ ରୁଷ ଉପରେ ଚାପ ପକାଇବା ଉଚିତ । ପୁଟିନଙ୍କ ରୁଷ ଚୀନ ବିନା କିଛି ନୁହେଁ ।

ଟ୍ରମ୍ପ୍ ଅନେକ ଥର କହିଛନ୍ତି ଯେ, ଭାରତ ଭଳି କିଛି ଦେଶ ରୁଷୀୟ ତେଲ କିଣି ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଦେଉଛନ୍ତି । ସେ ନାଟୋ ଦେଶଗୁଡ଼ିକୁ ମଧ୍ୟ ସମାଲୋଚନା କରି ଚେତାବନୀ ଦେଇଛନ୍ତି ଯେ, ଯଦି ରୁଷକୁ ଶାନ୍ତି ଆଲୋଚନା ପାଇଁ ବାଧ୍ୟ କରାନଯାଏ । ତେବେ ଆମେରିକା ମସ୍କୋ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଭାରି ଶୁଳ୍କ ଲଗାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+