ଯୁଦ୍ଧ ଶେଷ କରିବା ଲାଗି ଏହି ପଦକ୍ଷେପ ନେବାକୁ ରାଜି ହେଲେ ୟୁକ୍ରେନ ରାଷ୍ଟ୍ରପତି
ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର୍ ଳେଲେନସ୍କି କହିଛନ୍ତି, ଯୁଦ୍ଧି ସମାପ୍ତ କରିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଏକାକୀ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । କୌଣସି ସର୍ଭ ବିନା ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଜେଲେନ୍ତି କହିଛନ୍ତି । ହ୍ଵାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁରୋପୀୟ ନେତାମାନଙ୍କ ସହ ଆଲୋଚନା ପରେ ଶ୍ରୀ ଜେଲେନ୍ସ୍କି ଗଣମାଧ୍ୟମକୁ ସମ୍ବୋଧନ କରି ଏହା କହିଛନ୍ତି ।

ବୈଠକ ପରେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ରୁଷ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ମୁହାଁମୁହିଁ ଆଲୋଚନା କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରାଯିବ ଏବଂ ପରେ ରୁଷ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ସେ ଏକ ତ୍ରିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ ସୂଚନା ଦେଇଛନ୍ତି । ଅନ୍ୟପୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍ କହିଛନ୍ତି, ୟୁକ୍ରେନ୍ର ସମ୍ପୂର୍ତ୍ତି ବିନା କୌଣସି ନିଷ୍ପତ୍ତି ଗ୍ରହଣ କରାଯିବ ଉଚିତ ନୁହେଁ I ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋବ୍ ଆଜି କହିଛନ୍ତି, ମସ୍କୋ ଗସ୍ତ ପାଇଁ ଶ୍ରୀ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି ।












Click it and Unblock the Notifications