ଶାନ୍ତି ଆଲୋଚନା ପାଇଁ ଭାରତ ସବୁଠୁ ଭଲ ସ୍ଥାନ: ଜେଲେନସ୍କି
ନୂଆଦିଲ୍ଲୀ: କିଛି ଦିନ ପୁର୍ବରୁ ୟୁକ୍ରେନ ଗସ୍ତ କରି ଭାରତ ଫେରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଗସ୍ତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ଏହାର ପ୍ରତିକ୍ରିୟା ରଖି ଜେଲେନସ୍କି କହିଥିଲେ ମହାନ ଦେଶ (ଭାରତ) ଭ୍ରମଣ କରି ମୁଁ ନିଶ୍ଚୟ ଖୁସି ହେବି। ଏଥିସହ ରୁଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ତାଙ୍କ ସପକ୍ଷରେ ଭାରତର ସମର୍ଥନ ଲୋଡିଥିଲେ ଜେଲେନସ୍କି ।
ଗତ ଅଢେଇ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଏହି କାରଣରୁ ୟୁକ୍ରେନ ନିରନ୍ତର ଶାନ୍ତି କଥାବାର୍ତ୍ତା ପାଇଁ ଜିଦ ଧରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପରବର୍ତ୍ତୀ ଶାନ୍ତି ଆଲୋଚନା ବୈଠକ ପାଇଁ ଭାରତ ଏକ ଭଲ ସ୍ଥାନ ହୋଇପାରେ। ଗତ ଥର ସ୍ୱିଜରଲ୍ୟାଣ୍ଡରେ ଶାନ୍ତି ଆଲୋଚନା ଆୟୋଜନ କରାଯାଇଥିଲା।

ୟୁକ୍ରେନ ଆଶା କରୁଛି, ଏହି ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଫେବୃଆରୀ ୨୦୨୨ରୁ ଚାଲିଥିବା ଯୁଦ୍ଧ ବନ୍ଦ ହୋଇଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ତାଙ୍କ ଦିନିକିଆ ଗସ୍ତ ଶେଷ କରିବାର କିଛି ଦିନ ପରେ ଭାରତ ଫେରିଥିବା ବେଳେ ଜେଲେନସ୍କି ଏହି ବୟାନ ଦେଇଛନ୍ତି। ସେ ପୋଲାଣ୍ଡରୁ କିବ କୁ ଟ୍ରେନ୍ ଯୋଗେ ଯାତ୍ରା କରିଥିଲେ,
ଯେଉଁଠାରେ ସେ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭେଟିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ଦୁଇ ଦେଶ ମିଳିତ ଭାବେ ଏହି ବିବାଦର ସମାଧାନ କରନ୍ତୁ। ସେ କଥାବାର୍ତ୍ତା ଉପରେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ଛାଡିବା ପୂର୍ବରୁ ମଧ୍ୟ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ଏହି ଦେଶରେ ଯଥାଶୀଘ୍ର ଶାନ୍ତି ଫେରିଯାଉ ।












Click it and Unblock the Notifications