ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ବଡ଼ ନିଷ୍ପତ୍ତି, ୟୁକ୍ରେନର ନୂଆ ଆର୍ମି ଚିପ୍ କଲେ ନିଯୁକ୍ତ
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆନ୍ଦ୍ରି ହାନାଟୋଭଙ୍କୁ ସଶସ୍ତ୍ର ବାହିନୀର ନୂତନ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଭାବେ ନିଯୁକ୍ତ କରିଛନ୍ତି। ୨୦୨୪ ଫେବ୍ରୁଆରିରୁ ଏହି ପଦରେ ଥିବା ଆନାଟୋଲି ବାରିଲେଭିଚଙ୍କ ସ୍ଥାନରେ ହାନାଟୋଭଙ୍କୁ ଦାୟିତ୍ୱ ଦିଆଯାଇଛି। ବାରିଲେଭିଚ ଏବେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ଜେନେରାଲ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିବେ।

ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତେମ୍ ଉମେରୋଭ କହିଛନ୍ତି ଯେ ସାମରିକ ମାନଦଣ୍ଡ ତଦାରଖ ଏବଂ ସେନା ମଧ୍ୟରେ ଶୃଙ୍ଖଳାକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ବାରିଲେଭିଚଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।












Click it and Unblock the Notifications