ବନ୍ଦ ହେବ କି ଯୁଦ୍ଧ? ଶାନ୍ତି ବାର୍ତ୍ତା ପାଇଁ ତାରିଖ ହେଲା ସ୍ଥିର

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଗତ କିଛି ବର୍ଷ ଧରି ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ଘୋଷଣା କରିଛନ୍ତି। ଏଥିରେ ସେ କହିଛନ୍ତି ଯେ, ଶାନ୍ତି ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ। ଏଥିପାଇଁ ବୁଧବାର ଅର୍ଥାତ୍ ୨୩ ଜୁଲାଇ ୨୦୨୫ ତାରିଖ ସ୍ଥିର ହୋଇଛି। ଏହି ଆଲୋଚନା ତୁର୍କୀରେ ଅନୁଷ୍ଠିତ ହେବ। ପୂର୍ବରୁ ଇସ୍ତାନବୁଲରେ ଆଲୋଚନା ହୋଇଛି, ଯେଉଁଥିରେ ଯୁଦ୍ଧର ସମାଧାନ ବିଷୟରେ ଆଲୋଚନା ହୋଇଥିଲା।

Zelenskiy

୨୩ ଜୁଲାଇରେ ଶାନ୍ତି ଆଲୋଚନା ହେବ: ଜେଲେନସ୍କି ଟେଲିଗ୍ରାମରେ ଶାନ୍ତି ବାର୍ତ୍ତା ବିଷୟରେ ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ 'ବୁଧବାର ଦିନ ପୁଣି ଥରେ ଉଭୟ ଦେଶ ଏହି ଯୁଦ୍ଧର ସମାଧାନ ବିଷୟରେ କଥା ହେବେ।ଏଥିପାଇଁ ତୁର୍କୀକୁ ଚୟନ କରାଯାଇଛି। ତୁର୍କୀର ଇସ୍ତାନବୁଲରେ ମଧ୍ୟ ପ୍ରଥମ ଦୁଇଟି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଚୁକ୍ତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ କିଛି କଥାରେ ସହମତି ହୋଇଥିଲା। ଏହା ସହିତ, ଏହି ନୂତନ ଆଲୋଚନାରେ ଯୁଦ୍ଧର ସମାଧାନର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+