ବାଂଲାଦେଶରେ ୟୁନୁସଙ୍କ ବିରୋଧରେ ତେଜିଲା ଆନ୍ଦୋଳନ

ବାଂଲାଦେଶରେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ବିରୋଧରେ ଆନ୍ଦୋଳନ ଜୋର୍‌ଦାର୍‌ ହୋଇଛି। ମଙ୍ଗଳବାର ଚତୁର୍ଥ ଦିନ ପାଇଁ ବିକ୍ଷୋଭ ଜାରି ରହିଥିବା ବେଳେ ବିଭିନ୍ନ ସଂସ୍ଥାର ସରକାରୀ କର୍ମଚାରୀ କାମ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ନୂଆ ସେବା ଆଇନ ପ୍ରତ୍ୟାହାର ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଥିବାରୁ ସରକାର ରାଜଧାନୀ ଢାକାସ୍ଥିତ ସଚିବାଳୟରେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିଛନ୍ତି। ସଚିବାଳୟ ପରିସରର ପ୍ରବେଶ ପଥରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି), ସ୍ୱାଟ୍ ୟୁନିଟ୍, ଏଲିଟ୍ ଆଣ୍ଟି କ୍ରାଇମ୍ ଫୋର୍ସ ,ବଂ ରାପିଡ୍ ଆକ୍ସନ୍ ବାଟାଲିୟନ୍ (ଆରଏବି) ମୁତୟନ କରାଯାଇଛି।

ସଚିବାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ କୌଣସି ପ୍ରକାର ସମାବେଶ ଏବଂ ଜନସମାଗମ ଉପରେ ଢାକା ମେଟ୍ରୋପଲିଟାନ୍ ପୋଲିସ ପ୍ରତିବନ୍ଧକ ଲଗାଇଛି। ସାଧାରଣ ନାଗରିକଙ୍କୁ ମଧ୍ୟ ସଚିବାଳୟ ପରିସରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଦେଶରେ ଜାତୀୟ ନିର୍ବାଚନ ଦାବି ଜୋର୍‌ ଧରିଥିବା ବେଳେ ଏହି ବିକ୍ଷୋଭ କରାଯାଇଛି। ଅନ୍ତରୀଣ ସରକାର କ୍ଷମତାକୁ ଆସିବାର ୯ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିର୍ବାଚନ ଘୋଷଣା ହୋଇନାହିଁ।

'ଢାକା ଟ୍ରିବ୍ୟୁନ୍‌'ର ଏକ ରିପୋର୍ଟ ଅନୁଯାୟୀ, ଅନ୍ତରୀଣ ସରକାର ଅଧୀନରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହୋଇଛି ଏବଂ ଏକ ନିର୍ବାଚିତ ସରକାରର ଜରୁରୀ ଆବଶ୍ୟକତା ଅନୁଭବ କରାଯାଉଛି। ସୂଚନାଯୋଗ୍ୟ, ରବିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ହୋଇଥିବା ଜନସେବା (ସଂଶୋଧନ) ଅଧ୍ୟାଦେଶ, ୨୦୨୫ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

Yunus-led Bangladesh govt deploys paramilitary forces

ଏହି ଆଇନ ଅନୁଯାୟୀ, କୌଣସି ଆନୁଷ୍ଠାନିକ ବିଭାଗୀୟ ତଦନ୍ତ ବିନା ସରକାର କେବଳ କାରଣ ଦର୍ଶାଅ ନୋଟିସ୍ ଦେଇ ଚାରି ପ୍ରକାର ଶୃଙ୍ଖଳାଗତ ଉଲ୍ଲଂଘନ ମାମଲାରେ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିପାରିବେ। କର୍ମଚାରୀ ସଂଗଠନ ଏହି ଅଧ୍ୟାଦେଶକୁ ବେଆଇନ ଓ କଳା ଆଇନ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+