ୟୁନୁସ ସରକାର ଘୋଷଣା କଲେ ନିର୍ବାଚନ ତାରିଖ,ଅପ୍ରେଲ ୨୦୨୬ରେ ବଂଲାଦେଶ ନିର୍ବାଚନ
ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି। ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁନୁସ କହିଛନ୍ତି, "ମୁଁ ଦେଶର ନାଗରିକମାନଙ୍କୁ ଘୋଷଣା କରୁଛି ଯେ ୨୦୨୬ ଏପ୍ରିଲ ପ୍ରଥମ ପକ୍ଷରେ ଯେକୌଣସି ଦିନ ନିର୍ବାଚନ ଅନୁଷ୍ଠିତ ହେବ।" ଇଦ-ଉଲ-ଆଜହା ଅବସରରେ ଟିଭିରେ ଦେଶକୁ ସମ୍ବୋଧିତ କରିବା ସମୟରେ ୟୁନୁସ ଏହି ଘୋଷଣା କରିଥିଲେ।
ଆପଣଙ୍କୁ କହି ରଖୁଛୁ ଯେ ଗତ ବର୍ଷ ଅଗଷ୍ଟ ମାସରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଛି । ଅଗଷ୍ଟ ମାସରେ ବାଂଲାଦେଶର ତତକାଳୀନ ଶେଖ ହସିନାଙ୍କୁ ପ୍ରବଳ ବିରୋଧ ଯୋଗୁଁ କ୍ଷମତା ଛାଡି ଭାରତ ପଳାଇବାକୁ ପଡିଥିଲା। ଏହା ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅନ୍ତରୀଣ ମୁଖ୍ୟ କରାଯାଇଥିଲା ଓ ତାଙ୍କ ତତ୍ତ୍ବାବଧାନରେ ନିର୍ବାଚନ କରାଯିବ ବୋଲି ସ୍ଥିର ହୋଇଥିଲା ।

କିନ୍ତୁ ନିର୍ବାଚନ ବିଳମ୍ବ ହେଉଥିବାରୁ ୟୁନୁସ ଏବେ ଚାପର ଅଛନ୍ତି । ସେନା, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଭଳି ବିରୋଧୀ ଦଳ ଏବଂ ତାଙ୍କ ନିଜ ସମର୍ଥକମାନେ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହା ସହିତ, ଦେଶରେ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି, ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି, ଯାହା କାରଣରୁ ୟୁନୁସଙ୍କ ସରକାର ଉପରେ ପ୍ରଶ୍ନ ଉଠାଯାଉଛି।












Click it and Unblock the Notifications