ଭାରତୀୟ ଛାତ୍ରଙ୍କୁ ଆମେରିକାର ଚେତାବନୀ, ବିନା ସୂଚନାରେ ...
ଆମେରିକା ସରକାର ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ନିୟମ ପାଳନ ନ କରିବା ପାଇଁ ସେମାନଙ୍କର ଭିସା ବାତିଲ କରାଯାଇପାରେ। ଯଦି କେହି ନିଜ ଅନୁଷ୍ଠାନକୁ ନ ଜଣାଇ କ୍ଲାସ ଛାଡି ଦିଅନ୍ତି କିମ୍ବା ପାଠପଢ଼ା ଛାଡି ଦିଅନ୍ତି, ତେବେ ତାଙ୍କ ଭିସା ବାତିଲ ହୋଇପାରେ। ଏହି କାର୍ଯ୍ୟ ଭବିଷ୍ୟତରେ ଆମେରିକା ଭିସା ପାଇଁ ତାଙ୍କର ଯୋଗ୍ୟତାକୁ ମଧ୍ୟ ବିପଦରେ ପକାଇପାରେ।
ପ୍ରବାସନ ନିୟମ କଡ଼ାକଡ଼ି ହେବା ସହିତ ୪,୭୦୦ ରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଙ୍କ ପଢ଼ିବା ପାଇଁ ଅନୁମତି ବାତିଲ କରାଯାଇଥିବା ରିପୋର୍ଟ ପରେ ଏହି ଚେତାବନୀ ଦିଆଯାଇଛି। ଚେତାବନୀରେ କୁହାଯାଇଛି ଯେ, ଯଦି ଏହି ଛାତ୍ରଛାତ୍ରୀ ସୂଚନା ନଦେଇ ନିଜର କୋର୍ସରୁ ଅଲଗା ହୋଇ ଯାନ୍ତି , ତ ତାଙ୍କର ଷ୍ଟୁଡେଣ୍ଟ ଭିସାକୁ ରଦ୍ଦ କରାଯାଇ ପାରେ।
ଭାରତରେ ଆମେରିକୀୟ ଦୂତାବାସ ଏକ ଅଫିସିଆଲି ବୟାନରେ କହିଛି ଯେ, ଯଦି ଆପଣ କୋର୍ସ ଛାଡ଼ନ୍ତି , କ୍ଲାସକୁ ନଯାଆନ୍ତି ବା ନିଜ ପାଠପଢାକୁ ନିଜର ୟୁନିଭର୍ସିଟିକୁ ସୂଚିତ ନ କରି ଛାଡ଼ି ଦିଅନ୍ତି ,ତ ଆପଣଙ୍କର ଷ୍ଟୁଡେଣ୍ଟ ଭିସା ରଦ୍ଦ ହୋଇ ପାରେ। ଏଥିରେ ଆପଣ ଭବିଷ୍ୟତରେ ଆମେରିକାର ଭିସା ପ୍ରାପ୍ତ କରି ପାରିବେ ନାହିଁ। ସର୍ବଦା ନିଜର ଭିସାର ସର୍ତ୍ତବଳୀର ପାଳନ କରନ୍ତୁ ଏବଂ ଯେକୌଣସି ସମସ୍ୟାରୁ ରକ୍ଷା ପାଇବା ପାଇଁ ଛାତ୍ର ସ୍ଥିତି ଜାରି ରଖନ୍ତୁ।
ଏହି ଚେତାବନୀ ଏମିତି ସମୟରେ ଆସିଛି ,ଯେବେ ଆମେରିକାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅନେକ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ଓ ପୂର୍ବ ସୂଚନା ବିନା ରଦ୍ଦ କରାଯାଉଛି। ଏଥିରେ କିଛି ମାମଲାରେ ପାଲେଷ୍ଟାଇନ୍ ସମର୍ଥକ ବିରୋଧ ପ୍ରଦର୍ଶନରେ ଭାଗ ନେବା , ଟ୍ରାଫିକ୍ ଉଲ୍ଲଂଘନ , ବା ଭିସା ସର୍ତ୍ତର ଉଲ୍ଲଂଘନ ଭଳି ବିଭିନ୍ନ କାରଣ ସାମ୍ନାକୁ ଆସିଛି।

ଟ୍ରମ୍ପ ପ୍ରଶାସନ ବିଦେଶୀ ଛାତ୍ରଛାତ୍ରୀଙ୍କ ବିରୋଧରେ ନିଜର ନୀତି ଗୁଡ଼ିକୁ ଆହୁରି ଦୃଢ କରିଛି। ନିକଟରେ , ହାର୍ଭର୍ଡ ବିଶ୍ୱବିଦ୍ୟାଳୟକୁ ନୂଆ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ଅନୁମତିରେ ବଞ୍ଚିତ କରିଦିଆ ଯାଇ ଥିଲା, ଯିଏକି ପାଖାପାଖି ୭୮୮ ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି।












Click it and Unblock the Notifications