ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶରେ ଆକ୍ରମଣ

ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶ ଆକ୍ରମଣ କରିଛି । ଏପରି ଘୃଣ୍ୟ ଅତ୍ୟାଚାର ନରସିଙ୍ଗଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ୨୩ ବର୍ଷୀୟ ଯୁବକ ଏହି ଆକ୍ରମଣ ଶୀକାର ହୋଇଥିବା ଜଣାପଡିଛି । ଯୁବକଙ୍କୁ ଜାଳି ଦେବା ପରେ ହିନ୍ଦୁ ସମ୍ପ୍ରଦାୟରେ ଆତଙ୍କ ସୃଷ୍ଟି କରିଛି ।

Bangladesh

ସୂଚନାନୁଯାୟୀ, ହିନ୍ଦୁ ଯୁବକ ଚଞ୍ଚଳ ଚନ୍ଦ୍ର ଭୌମିକଙ୍କ ଥକା ଲାଗିବାରୁ ଅଟୋମାବାଇଲ୍ ୱାର୍କସପରେ ଶୋଇପଡିଥିଲେ । ସେହି ସମୟରେ ବାଂଲାଦେଶୀମାନେ ସଟର ତଳୁ ନିଆଁ ଲଗାଇ ଦେଇଥିଲେ। ଫଳରେ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା ଏବଂ ସେ ଜୀବନ୍ତ ଜଳି ଯାଇଥିଲେ । ଅନେକ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସେ ସେଥିରୁ ବଞ୍ଚିବାର ସୁଯୋଗ ପାଇପାରିନଥିଲେ । ଏପରି ଘଟଣା ଶକ୍ରବାର ବିଳମ୍ବିତ ରାତିରେ ଘଟିଥିଲା । ଏହାରି ମଧ୍ୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାକୁ ଯୋଜନାବନ୍ଧ ହତ୍ୟା ବୋଲି କହିବା ସହ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ମୃତଦେହ ଉଦ୍ଧାର କରାଯିବା ସହ ସିସିଟିଭି ଫୁଟେଜ ମଧ୍ୟ କବଜାରେ ରଖିଛି ପୋଲିସ । ଅପରାଧୀଙ୍କ ଚିହ୍ନଟ କରିବା ପାଇଁ ପୋଲିସର ଏକାଧିକ ଟିମ୍ ଏଥିରେ ନିୟୋଜିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+