Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲ୍‌ ଓ ହମାସର ଯୁଦ୍ଧ ୟେମେନ୍ କଲା ପ୍ରବେଶ, ଭୟଙ୍କର ହେବ ଯୁଦ୍ଧ

Yemen's Houthis on Israel: ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ହେଲାଣି ଯୁଦ୍ଧ ସ୍ଥିତି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଲଗାତାର ଗାଜା ଷ୍ଟ୍ରିପ ଉପରେ ରକେଟ୍ ମାଡ଼ କରୁଛି । ଗ୍ରାଇଣ୍ତ ଆଟାକ୍ ମଧ୍ୟ ଆରମ୍ଭ କରିଦେଇଛି ଇସ୍ରାଏଲ । ଏହାରି ମଧ୍ୟରେ ଯୁଦ୍ଧରେ ପ୍ରବେଶ କରିଛି ୟେମେନ ।

ୟେମେନର ହାଉତି ଇସ୍ରାଏଲ ବିରୋଧରେ ମଙ୍ଗଳବାର ଯୁଦ୍ଧ ଘୋଷଣା କରିଛନ୍ତି । ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍ ଦୂରରେ ଥିବା ହାଉତି ମାନେ ଇସ୍ରାଏଲ ବିପକ୍ଷରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ଯାହାଫଳରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଏବଂ ଇସ୍ରାଏଲର ଏରୋ -3 ଆଣ୍ଟି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ନଷ୍ଟ ହୋଇଯାଇଥିଲା।

 Israel

ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିବାର ଆଶଙ୍କା ରହିଛି, ତେବେ ହାଉତି ବିଦ୍ରୋହୀମାନେ ମଧ୍ୟ ଏହି ଯୁଦ୍ଧରେ ଯୋଗଦେବେ, ଯାହା ମଧ୍ୟ ପୂର୍ବ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯଦିଓ ହାଉତି ବିଦ୍ରୋହୀଙ୍କ ପାଖରେ ଅସ୍ତ୍ର ଅଛି ଯାହା ଇସ୍ରାଏଲରେ ପହଞ୍ଚିପାରେ, ସେମାନଙ୍କର ସାମର୍ଥ୍ୟ ଇସ୍ରାଏଲର ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପ୍ରବେଶ କରିବା ପାଇଁ ସକ୍ଷମ ନୁହେଁ। ଏଥି ସହିତ, ହୁତି ବିଦ୍ରୋହୀମାନେ ମଧ୍ୟ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶତ୍ରୁ ହୋଇଥିବାରୁ ଏହା ମଧ୍ୟ ପୂର୍ବର ରାଜନୀତିକୁ ସରଗରମ କରିପାରେ ।

ହାଉତି ପ୍ରଧାନମନ୍ତ୍ରୀ ଅବଦେଲ୍ ଅଜିଜ୍ ବିନ୍ କହିଛନ୍ତି, ଆମେ ନିଜ ଲୋକଙ୍କୁ ଗାଜାରେ ମରିବା ପାଇଁ ଛାଡିପାରିବୁ ନାହିଁ, ଯଦି ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ନ ଥମେ ତେବେ ଇସ୍ରାଏଲ ଉପରେ ଅଧିକ ବାଲିଷ୍ଟିନ୍ କ୍ଷେପଣାସ୍ତ୍ର ମାଡ଼ କରାଯିବ ବୋଲି ସେ ଚେତାବନି ଦେଇଛନ୍ତି ।

ସୂଚନାଥାଉ ଯେ, ହାଉତି ମାନେ ଅକ୍ଟୋବର ୭ ତାରିଖକୁ ପାଲେଷ୍ଟାଇନକୁ ସମର୍ଥନ କରିଆସୁଛନ୍ତି । ହାଉତି ସେନାର ମୁଖପାତ୍ରଙ୍କ ସୂଚନା ଅନୁସାରେ, ତାଙ୍କ ସଙ୍ଗଠନ ଇସ୍ରାଏଲ ଆଡ଼କୁ ବହୁସଂଖ୍ୟକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ପାଲେଷ୍ଟାନୀୟଙ୍କୁ ବଜୟୀ କରାଇବାରେ ସାହାଯ୍ୟ କରିବା ପାଇଁ ଏଭଳି ଆକ୍ରମଣ ବାରମ୍ବାର କରାଯିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଯୁଦ୍ଧ ଆରମ୍ଭ ହେବା ପରଠୁ ଏହା ହେଉଛି ଇସ୍ରାଏଲ ଉପରେ ହାଉତିର ତୃତୀୟ ଆକ୍ରମଣ । ପୂର୍ବରୁ ଆକ୍ଟୋବର ୨୮ ତାରିଖରେ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ସେହିପରି ଅକ୍ଟୋବର ୧୯ ତାରିଖରେ ଆମେରିକୀୟ ସେନା ବାଧା ଦେଇ ନଷ୍ଟ କରି ଦେଉଥିବା ୩ଟି କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟ ହାଉତି ମାନେ କରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+