Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲ ଉପରେ ଡ଼ ଆକ୍ରମଣ କଲା ୟେମେନ, ଡ୍ରୋନ୍ ମାଡ଼ରେ…

ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଜି କହିଛି ଯେ ୟେମେନ ଇସ୍ରାଏଲ ସୀମା ଭିତରକୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରିଛି। ଆଜି ଅଚାନକ ୟେମେନର ଡ୍ରୋନ୍‌ ଆକ୍ରମଣ ଉତ୍ତେଜନା ସୃଷ୍ଟି କରିଛି। ଇସ୍ରାଏଲ ସୀମା ଅତିକ୍ରମ କରିବା ପୂର୍ବରୁ ଅନେକ ଡ୍ରୋନ୍‌କୁ ଗୁଳି କରିଖସାଇ ଦିଆଯାଇଥିବା ଆଇଡିଏଫ ଦାବି କରିଛି। ଏହି ଆକ୍ରମଣ ପରେ ଦକ୍ଷିଣ ଇସ୍ରାଏଲରେ ବାସିନ୍ଦାମାନଙ୍କୁ ସୁରକ୍ଷିତ ଆଶ୍ରୟ ନେବାକୁ ସତର୍କ କରାଯାଇଥିଲା। ଆକ୍ରମଣରେ ଇସ୍ରାଏଲର ରାମୋନ୍ ଅନ୍ତର୍ଜାତୀୟ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି ଏବଂ କର୍ତ୍ତୃପକ୍ଷଙ୍କୁ ଏହି ଅଞ୍ଚଳର ଆକାଶପଥକୁ ସାମୟିକ ଭାବେ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।

drone

ସପ୍ତାହକ ତଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ସନାର ହୁତି ନିୟନ୍ତ୍ରିତ ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମ୍ମଦ ଅଲ-ରାହବୀ ନିହତ ହୋଇଥିଲେ। ଏହାର ଜବାବରେ ୟେମେନ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଗତ ସପ୍ତାହରେ ହୁତିମାନେ ଏକ ବିବୃତିରେ କହିଥିଲେ ଯେ ଆକ୍ରମଣରେ ଅଲ୍-ରାହବୀଙ୍କ ସମେତ ଅନ୍ୟ କେତେକ ମନ୍ତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅଲ୍-ରାହବୀ ଅଗଷ୍ଟ ୨୦୨୪ରୁ ହୁତିଙ୍କ ନେତୃତ୍ୱାଧୀନ ସରକାରର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ହୁତିମାନେ ପାଲେଷ୍ଟାଇନର ଅନ୍ୟତମ କଠୋର ସମର୍ଥକ ଥିବା ବେଳେ ସେମାନେ ଯେ କୌଣସି ଉପାୟରେ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ ଜାରି ରଖିବାକୁ ଯୋଜନା କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+