ନିମିଷାଙ୍କୁ ମିଳିଲାନି ଆଶ୍ବସ୍ତି; ଫାଶୀ ଦଣ୍ଡାଦେଶ ଏବେ ବି ବଳବତ୍ତର
ନିମିଷାଙ୍କୁ ମିଳିଲାନି ଆଶ୍ବସ୍ତି । ଫାଶୀ ଦଣ୍ଡାଦେଶ ଏବେ ବି ବଳବତ୍ତର । ୟେମେନ ଜେଲରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି । ନିମିଷା ପ୍ରିୟାଙ୍କ ଫାଶୀ ରଦ୍ଦ ଦାବିକୁ ଖଣ୍ଡନ କଲେ ଭାରତ ସରକାର ।
କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଭୁଲ ସୂଚନା ସେୟାର କରୁଥିବା ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଏପର୍ଯ୍ୟନ୍ତ ୟେମେନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବିଦ୍ଧିବଧ ଘୋଷଣା ହୋଇନି । କୋର୍ଟର ନିଷ୍ପତ୍ତି ପରେ ନିମିଷାଙ୍କୁ ୧୬ ଜୁଲାଇରେ ଫାଶୀ ଦିଆଯିବାର ଥିଲା ।
କିଛି ସମୟ ପୂର୍ବରୁ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ସମ୍ପୂର୍ଣ୍ଣ ରଦ୍ଦ ହୋଇଥିବା ଗ୍ରାଣ୍ଡ ମୁଫ୍ତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ୟେମେନର ରାଜଧାନୀ ସାନାରେ ଏକ ହାଇ ଲେଭଲ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ୟେମେନରେ ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ ହୋଇଥିବା ଦାବିକୁ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ଖାରଜ କରିଦେଇଛି ।

ସୂଚନାଯୋଗ୍ୟ, ନିମିଷା ପ୍ରିୟା କେରଳ ବାସିନ୍ଦା । ୨୦୧୧ ମସିହାରେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟମେନ ଯାଇଥିଲେ । ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ରହୁଥିଲେ । ମାତ୍ର ୨୦୧୪ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ । ଏହାପରେ ତଲାଲ ଓବଦା ମେହେଦି ନାମକ ନାଗରିକଙ୍କ ସହ ମିଶି ନିମିଷା ସେଠାରେ ଏକ କ୍ଲିନିକ ଖୋଲିଥିଲେ । ତଲାଲ କେରଳ ଆସିଥିବା ବେଳେ ନିମିଷାଙ୍କ ବାହାଘରର କିଛି ଫଟୋ ଚୋରାଇ ନେଇଥିଲେ । କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲେ ହେଁ ପରେ ସେଥିରେ ଫାଟ ଦେଖାଦେଲା । ୟମେନ ଫେରିବା ପରେ ହସପିଟାଲର ସମସ୍ତ ପଇସା ତଲାଲ ରଖୁଥିଲେ । କ୍ଲିନିକର କାଗଜପତ୍ର ମଧ୍ୟ ଲୁଚାଇଦେଲେ । ନିମିଷାଙ୍କ ବିବାହ ଫଟୋରେ ମର୍ଫିଂ କରି ନିଜ ସ୍ତ୍ରୀ ବୋଲି କହିଥିଲେ ତଲାଲ । ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖି ଦେଇଥିବା ବେଳେ ନିମିଷା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଉଭୟ ପୋଲିସ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୋଲିସ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା ।
ତେବେ ନିମିଷା ନିଜ ପାସପୋର୍ଟ ନେବା ପାଇଁ ତଲାଲଙ୍କୁ ନିଶା ଇଞ୍ଜେକ୍ସନ ଦେଇଥିଲେ । ହେଲେ ସେ ପୂର୍ବରୁ ମାଦକଦ୍ରବ୍ୟ ନେଉଥିବାରୁ ନିଶା ଇଞ୍ଜେକ୍ସନ କାମ କରିନଥିଲା । ସେଥିପାଇଁ ନିମିଷା ନିଶା ଇଞ୍ଜେକ୍ସନର ଓଭରଡୋଜ ଦେଇଥିଲେ । ଯେଉଁଥିପାଇଁ ତଲାଲଙ୍କ ଜୀବନ ଚାଲିଯାଇଥିଲା । ପରେ ନିମିଷା ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ । ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା । ୟେମେନ ପୋଲିସ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଷାଙ୍କୁ ବାନ୍ଧିଥିଲା ।
-
ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ






Click it and Unblock the Notifications