ବର୍ଷର ସବୁଠୁ ଉତ୍ତପ୍ତ ମାସ ଜୁଲାଇ, ୨୦୨୪କୁ ଆହୁରି ବିଗିଡି଼ବ ସ୍ଥିତି: ଚେତାବନୀ ଦେଲେ ନାସା ବୈଜ୍ଞାନିକ
ୱାଶିଂଟନ: ଏ ବର୍ଷ ଜୁଲାଇ ମାସ ହେବ ବିଶ୍ୱର ସବୁଠାରୁ ଉତ୍ତପ୍ତ ମାସ । ୨୦୨୩ ବର୍ଷ ସାମ୍ପ୍ରତିକ ବର୍ଷ ଗୁଡିକର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ । ତେଣୁ ଆଗାମୀ ବର୍ଷ ଅର୍ଥାତ ୨୦୨୪କୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ନାସା ବୈଜ୍ଞାନିକ ।
ନାସାର ଜଳବାୟୁ ବିଶେଷଜ୍ଞ ଗାଭିନ ଶିମିଟ ଦାବି କରିଛନ୍ତି ଯେ, ଗତ ଶହେ ବର୍ଷ ମଧ୍ୟରେ ଜୁଲାଇ ମାସ ସବୁଠାରୁ ଉତ୍ତପ୍ତ ଥିଲା । ୟୁରୋପୀୟ ୟୁନିଅନ ଏବଂ ମେନ ୟୁନିଭରସିଟିର ଗ୍ରାଉଣ୍ଡ ଏବଂ ସାଟେଲାଇଟ ତଥ୍ୟ ବିଶ୍ଳେଷଣ କରି ପ୍ରାପ୍ତ ତଥ୍ୟକୁ ଆଧାର କରି ନାସା ବିଶେଷଜ୍ଞମାନେ ଏହି ଦାବି କରିଛନ୍ତି ।

ନାସାର ବିଶେଷଜ୍ଞ ଶିମିଟ କହିଛନ୍ତି ଯେ ଆମେ ସାରା ବିଶ୍ୱରେ ଅଦୃଶ୍ୟ ପରିବର୍ତ୍ତନ ଦେଖୁଛୁ । ଆମେରିକା, ୟୁରୋପ ଏବଂ ଚାଇନାରେ ପ୍ରବଳ ଗରମ ପବନ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇଁ ଏଲ ନିନୋ ପ୍ରଭାବ ଏକମାତ୍ର କାରଣ ନୁହେଁ । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ପରିବେଶରେ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହେବା ଏବଂ ସେମାନଙ୍କର ହ୍ରାସର ଅଭାବ ।
ଗୋୱିନ ଶିମେଟଙ୍କ ମତରେ ଆଗାମୀ ଦିନରେ ତାପମାତ୍ରା ବଢ଼ିବାରେ ଲାଗିବ । ୨୦୨୪ର ଏହାର ପ୍ରଭାବ ସିଧାସଳଖ ମନୁଷ୍ୟଙ୍କ ଉପରେ ପଡିବ । ତେଣୁ ୨୦୨୪ରେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଗାଭିନ ଶିମିଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଲ ନିନୋ ପ୍ରଭାବ ବର୍ତ୍ତମାନ ଉଭା ହୋଇଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଶିଖର ଛୁଇଁବ । ଏଲ ନିନୋର ପ୍ରଭାବ ହେତୁ ୨୦୨୪ରେ ଗରମ ଅଧିକ ହେବାର ସମ୍ଭାବନା ଅଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications