ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ
ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଦେଶର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ତାଇୱାନ ସହ ଚାଇନାର ସମ୍ପର୍କ ଚରମସୀମାରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଏଭଳି ନିର୍ଦ୍ଦେଶ ବେଶ ଗୁରୁତ୍ୱ ବହନ କରୁଛି। ତାଇୱାନକୁ ଚାରିପଟୁ ଘେରି ବଡ଼ ସାମରିକ ଡ୍ରିଲ୍ କରୁଛି ଚୀନ । ଏହି ସମୟରେ ପିପୁଲସ ଲିବରେସନ ଆର୍ମୀ ରକେଟ ଫୋର୍ସର ବ୍ରିଗେଡକୁ ଯାଇ, ଯୁଦ୍ଧ ପ୍ରସ୍ତୁତିର ଡାକରା ଦେଇଛନ୍ତି ଚୀନ ରାଷ୍ଟ୍ରପତି । ଯୁଦ୍ଧ ପ୍ରସ୍ତୁତି ଡାକରା ସହ ଯୁଦ୍ଧ ଲଢିବା ଦକ୍ଷତାକୁ ସୁଦୃଢ଼ କରିବାକୁ କହିଛନ୍ତି ସି ଜିନପିଙ୍ଗ ।
ଗତ ୧୪ ତାରିଖ ଦିନ ଚୀନର ଇଷ୍ଟର୍ନ ଥିଏଟର କମାଣ୍ଡର ତରଫରୁ ଜଏଣ୍ଟ ସୋର୍ଡ ୨୦୨୪-ବି ସମରାଭ୍ୟାସ କରାଯାଇଥିଲା । ତାଇୱାନକୁ ଚାରିପଟୁ ଘେରି ଏପରି ସମରାଭ୍ୟାସ କରାଯାଇଥିଲା । ଜଳପଥ, ଆକାଶ ମାର୍ଗ ଓ ସ୍ଥଳ ପଥରେ କିପରି, ଦ୍ବୀପକୁ ଦଖଲ କରିହେବ ତାର ଅଭ୍ୟାସ କରିଥିଲା ଚୀନ ସେନା ।

ଯେଉଁଥିରେ ଚୀନର ସ୍ଥଳ ସେନା, ନୌସେନା, ବାୟୁସେନା, ରକେଟ ଫୋର୍ସ, ସବମେରିନ୍, କୋଷ୍ଟଗାର୍ଡ ତାଇୱାନକୁ ସବୁ ଦିଗରୁ ଘେରି ସମରଭ୍ୟାସ କରିଥିଲେ । ତାଇୱାନ ସ୍ବାଧୀନତାକୁ ସମର୍ଥନ କରୁଥିବା ବିଚ୍ଛିନ୍ନତାବାଦୀଙ୍କୁ ଚେତବାନୀ ଦେଇଥିଲା ବେଜିଂ। ଏବେ ପିପୁଲସ ଲିବରେସନ ଆର୍ମୀ ରକେଟ ଫୋର୍ସର ବ୍ରିଗେଡକୁ ଯାଇଥିବା ଯୁଦ୍ଧ ପ୍ରସ୍ତୁତିର ଆହ୍ବାନ ଦେଇଛନ୍ତି ଚୀନ ରାଷ୍ଟ୍ରପତି ।












Click it and Unblock the Notifications