ଭାରତର ଖାଦ୍ୟକୁ ବିଶ୍ଵ ଅନୁସରଣ କଲେ ଜଳବାୟୁ ପରିବର୍ତ୍ତନକୁ ରୋକ ଯାଇପାରିବ, ଭାରତୀୟ ଖାଦ୍ୟକୁ ପ୍ରଶଂସା କରି ଏମିତି କହିଲା WWF

ଖାଦ୍ୟ ପାଇଁ ଭରତାକୁ ପ୍ରଶଂସା । ଏ ସ୍ୱତନ୍ତ୍ରତାରେ ଭାରତ ପ୍ରଶଂସାର ପାତ୍ର ହୋଇଛି। କାରଣ ଭାରତୀୟମାନେ ଖାଉଥିବା ଖାଦ୍ୟ ପରିବେଶ ପାଇଁ ଖୁବ୍ ଅନୁକୁଳ ଆଉ ପୋଷଣୀୟ ମଧ୍ୟ। ଏକଥା ଆମେ କହୁନୁ, ୱାର୍ଲ୍ଡ ୱାଇଲ୍ଡଲାଇଫ୍ ଫଣ୍ଡ(WWF)ର ଲିଭିଂ ପ୍ଲାନେଟ୍ ରିପୋର୍ଟରେ କୁହାଯାଇଛି।

WWF

ଏହି ରିପୋର୍ଟ ଭାରତୀୟ ଖାଉଥିବା ଖାଦ୍ୟ ଏବଂ ଏହାର ପ୍ରସ୍ତୁତି ପ୍ରଣାଳୀକୁ ପ୍ରଶଂସା କରି କହିଛି ଯେ, ଭାରତର ଖାଦ୍ୟପେୟ ସବୁଠୁ ଭଲ। ଯଦି ବିଶ୍ୱର ସବୁ ଦେଶ ଭାରତର ଖାଦ୍ୟ ଢାଞ୍ଚାକୁ ଅନୁସରଣ କରିନିଅନ୍ତି, ତେବେ ପରିବେଶ ଉପରେ କମ୍ କୁପ୍ରଭାବ ପଡ଼ିବ। ଏହା ଦ୍ୱାରା ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ ରୋକାଯାଇ ପାରିବ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଯଦି ୨୦୫୦ ସୁଦ୍ଧା ବିଶ୍ୱର ସମସ୍ତେ ବୃହତ ଅର୍ଥନୀତି ଥିବା ଦେଶର ଖାଦ୍ୟ ଗ୍ରହଣ କରନ୍ତି, ତେବେ ଖାଦ୍ୟ ପ୍ରସ୍ତୁତ ଦ୍ୱାରା ହେଉଥିବା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ କାରଣରୁ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସଠାରୁ ୨୬୩ ପ୍ରତିଶତ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ମାନବର ଆବଶ୍ୟକତା ପୂରଣ ପାଇଁ ପୃଥିବୀର ଅବଦାନ କମ୍ ପଡ଼ିଯିବ। ଏଥିପାଇଁ ଗୋଟିଏ ପୃଥିବୀ ବଦଳରେ ସାତଟି ପୃଥିବୀ ଦରକାର ପଡ଼ିବ।

ଏହା ବଦଳରେ ଯଦି ବିଶ୍ୱର ସମସ୍ତ ଦେଶ ୨୦୫୦ ସୁଦ୍ଧା ଭାରତର ଖାଇବା ପଦ୍ଧତି ଗ୍ରହଣ କରନ୍ତି, ତେବେ ଆମର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଜମିର ବ୍ୟବହାର ମଧ୍ୟ କମିଯିବ। ଅର୍ଥାତ୍ ମାତ୍ର ୦.୮୪ ପୃଥିବୀ (ଗୋଟିଏରୁ କମ୍‌) ଆବଶ୍ୟକ ପଡ଼ିବ। ଏଥିସହ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ମଧ୍ୟ କମ୍ ହେବ। ଏହା ଦ୍ୱାରା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ (ସତର୍କ ସୀମା) ସେଲସିୟସରୁ ବୃଦ୍ଧି ପାଇବ ନାହିଁ।

ରିପୋର୍ଟ ଅନୁଯାୟୀ, ଯଦି ଆର୍ଜେଣ୍ଟିନାର ଖାଦ୍ୟ ଗ୍ରହଣ କରାଯାଏ ତେବେ ବିଶ୍ୱକୁ ସର୍ବାଧିକ ୭ଟାରୁ ଅଧିକ ପୃଥିବୀ ଦରକାର ପଡ଼ିବ। ଏହାର ଅର୍ଥ ଆର୍ଜେଣ୍ଟିନା ସବୁଠୁ ଅଧିକ ପରିବେଶ ପ୍ରତିକୁଳ ଖାଦ୍ୟ ଖାଉଛି। ଏହା ପରେ ପରେ ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ୍ ଏବଂ ଫ୍ରାନ୍ସ ରହିଛି। ଏମାନଙ୍କ ଖାଦ୍ୟ ଢାଞ୍ଚା ଗ୍ରହଣ କରିବା ଦ୍ୱାରା ମଣିଷକୁ ବଞ୍ଚିବା ପାଇଁ ଯଥାକ୍ରମେ ୬.୮, ୫.୫, ୫.୨ ଏବଂ ୫ଟି ପୃଥିବୀ ଆବଶ୍ୟକ ହେବ।

ସେହିପରି ଇଟାଲୀ ଢାଞ୍ଚାରେ ଖାଇଲେ (୪.୬), କାନାଡା (୪.୫) ଏବଂ ବ୍ରିଟେନ (୩.୯), ଇଣ୍ଡୋନେସିଆ (୦.୯), ଚୀନ୍ (୧.୭), ଜାପାନ (୧.୮) ଏବଂ ସାଉଦି ଆରବ (୨)ଟି ପୃଥିବୀ ଦରକାର ପଡ଼ିବ। କିନ୍ତୁ ଭାରତର ଖାଦ୍ୟ ଢାଞ୍ଚା ପୃଥିବୀକୁ କୌଣସି କୁପ୍ରଭାବ ପକାଉନାହିଁ। ଏହାର ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ସବୁଜ ସଙ୍କେତରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+