ବିଶ୍ୱର ଧନୀ ରାଜନେତା ପୁଟିନ, ଜାଣନ୍ତୁ କେତେ କୋଟିର ମାଲିକ ଋଷ ରାଷ୍ଟ୍ରପତି
World's Richest Politician: ଋଶ-ୟୁକ୍ରେନ ଯୁଦ୍ଧ ପରେ ଏବେ ସାରା ବିଶ୍ୱର ନଜର ରହିଛି ପୁଟିନଙ୍କ ଉପରେ । ତେବେ ବିଶ୍ୱର ଶକ୍ତିଶାଳୀ ରାଜନେତାଙ୍କ ମଧ୍ୟରେ ପୁଟିନଙ୍କ ନାଁ ମଧ୍ୟ ସାମିଲ ରହିଛି । ୨୦୩୬ ପର୍ଯ୍ୟନ୍ତ ଋଷର ରାଷ୍ଟ୍ରପତି ରହିବେ ପୁଟିନ୍ । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ କାହାଣୀ ବେଶ୍ ରୋମାଞ୍ଚକ ।
ପୁଟିନଙ୍କ ପିତା ନୌସେନାର ଜଣେ ଯବନା ଥିଲେ ଏବଂ ମା'ଏକ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ । ପିଲାଟି ଦିନୁ ପୁଟିନ୍ ବେଶ୍ ବିଦ୍ରୋହୀ ଥିଲେ । ତାଙ୍କ ପିଲାଦିନ ଖୁବ ଅଭାବ ଭିତରେ କଟିଥିଲା ହେଲେ ଆଜିକା ତାରିଖରେ ସେ ବିଶ୍ୱର ସବୁଠୁ ଧନୀ ରାଜନେତା । ସେ ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା ମୂଲ୍ୟର ମାଲିକ । ତାଙ୍କ ପାଖରେ ରହିଛି ୭୦୦ ଡଲାର ମୂଲ୍ୟର ଜେଟ୍ ।

ସରକାରୀ ଭାବେ ଋଷ ରାଷ୍ଟ୍ରପତିଙ୍କ ଦରମା ୧,୪୦,୦୦୦ ଡଲାର ବୋଲି ଦାବି କରାଯାଏ । ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଟିନଙ୍କ ପାଖରେ ରହିଛି ୮୦୦ ବର୍ଗର ଆପାର୍ଟମେଣ୍ଟ, ଗୋଟିଏ ଟ୍ରେଲର,୩ଟି ଗାଡି ଥିବା ନେଇ ସୂଚନା ରହିଛି । ହେଲେ ସବୁଠୁ ଚର୍ଚ୍ଚାରେ ରହିଛି ପୁଟିନଙ୍କ ବିପୁଳ ସଂପତ୍ତିର ବଡ଼ ପତୀକ କୃଷ୍ଣ ସାଗର କୂଳରେ ଥିବା ତାଙ୍କର ବିଶାଳ ପ୍ରସାଦ । ଯାହା କଣ୍ଟ୍ରି କଟେଜ ନାମରେ ପ୍ରସିଦ୍ଧ ।
କୁହାଯାଏ ଏଠାରେ ଗ୍ରୀକ୍ ଭଗବାନଙ୍କ ପ୍ରତିମୂର୍ତ୍ତି ରହିଛି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ଖେଳପଡିଆ, ଲସ୍, ଭେଗାସ୍ ଷ୍ଟାଇଲ୍ କ୍ୟାସିନୋ ଏବଂ ନାଇଟ୍ କ୍ଲବର ବ୍ୟବସ୍ଥା ମଧ୍ୟ ରହିଛି । ଏହା ମଧ୍ୟରେ ଥିବା ଭୋଜନକକ୍ଷରେ ଥିବା ଆସବାପତ୍ରର ମୂଲ୍ୟ ୫ଲକ୍ଷ ଡଲାର । ଯେଉଁଠାରେ ୪୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । କୁହାଯାଏ ପୁଟିନଙ୍କ ପାଖରେ ରହିଛି ୧୮ଟି ଘର, ୭୦୦କାର୍ ଏବଂ ୫୮ ବିମାନ ଏବଂ ହେଲିକପ୍ଟର ।
ପୁଟିନ୍ ସ୍କୁଲରେ ତାଙ୍କୁ କମ୍ୟୁନିଷ୍ଟ ପାର୍ଟିର ଲିଡର ଚୟନ କରାଯାଇଥିଲା । ପିଲାଦିନରୁ ହିଁ ପୁଟିନ୍ ବେଶ ସୌଖୀନ ମିଜାଜର ବ୍ୟକ୍ତି ଥିଲେ। ପିଲା ଦିନରୁ ହିଁ ତାଙ୍କର ସଂଗୀତ ପ୍ରତି ତାଙ୍କର ଦୁର୍ବଳତା ଥିଲା । ତେଣୁ ସେ ଗୀତାର ମଧ୍ୟ ଶିଖୁଥିଲେ ଏବଂ ଗାଉଥିଲେ ।












Click it and Unblock the Notifications