ଚାଇନାରେ ମିଳିଲା ବିଶ୍ବର ସବୁଠୁ ବଡ଼ ସୁନା ଖଣି
ବେଜିଂ : ମଧ୍ୟ ଚାଇନାର ହୁନାନ୍ ରାଜ୍ୟରେ ଏକ ବୃହତ୍ ସୁନାଖଣିର ଆବିଷ୍କାର କରାଯାଇଛି। ବିଶ୍ବର ସବୁଠୁ ବଡ଼ ସୁନା ଖଣି ପଡ଼ୋଶୀ ଦେଶ ଚୀନରେ ଠାବ ହୋଇଛି । ଏହାର ଦାମ 600 ବିଲିୟନ ୟୁଆନ ଅର୍ଥାତ 6,91,473 କୋଟି (ପାଖାପାଖି 7ଲକ୍ଷ କୋଟି) ଟଙ୍କା । ଚୀନର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ସୁନା ଖଣିର ସନ୍ଧାନ ମିଳିଥିବା ବେଳେ ଏଥିରେ ପ୍ରାୟ 1000 ମେଟ୍ରିକ୍ ଟନ୍ ସୁନା ପଥର ରହିଥିବା ଆକଳନ କରାଯାଉଛି ।
ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଥିବା ସାଉଥ ଡିପ୍କୁ ବିଶ୍ୱର ସର୍ବବୃହତ ସୁନା ଖଣି ବୋଲି କୁହାଯାଉଛି। ଏଠାରେ ୯୦୦ ମେଟ୍ରିକ ଟନ୍ର ସୁନା ଗଚ୍ଛିତ ରହିଛି। ହେଲେ ଚୀନରେ ମିଳିଥିବା ଖଣିରୁ ୧୦୦୦ ମେଟ୍ରିକ ଟନ ସୁନା ଗଚ୍ଛିତ ରହିଥିବା ଅନୁମାନ କରାଯାଉଛି। ଯଦି ଆକଳନ ସତ ହେଲା ତେବେ ଚୀନ ମାଲାମାଲ୍ ହୋଇଯିବ।
ଚୀନର ଭୂବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ପିଙ୍ଗଜିଆଙ୍ଗ ରାଜ୍ୟର ହୁନାନ ପ୍ରଦେଶର ଏହି ସୁନା ଖଣି ଠାବ ହୋଇଛି। ବୈଜ୍ଞାନିକମାନେ ମୋଟ ୪୦ଟି ସୁନା ଶ୍ରୋତ ଖୋଜି ପାଇଛନ୍ତି। ଏହି ସୁନା ଶ୍ରୋତଗୁଡ଼ିକ ୨ କିଲୋମିଟର ଗଭୀରକୁ ବ୍ୟାପିଥିବା ନେଇ ଭୂବିଜ୍ଞାନିମାନେ ସୂଚନା ଦେଇଛନ୍ତି।

ଚୀନ ମିଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସୁନା ଭଣ୍ଡାରରେ ଗଚ୍ଛିତ ସୁନାର ମୂଲ୍ୟ ପ୍ରାୟ 7ଲକ୍ଷ କୋଟି ଟଙ୍କା । 3D ଜିଓଲୋଜିକାଲ୍ ମଡେଲିଂ ମାଧ୍ୟମରେ ଏହି ସୁନା ଖଣିକୁ ଠାବ କରାଯାଇଛି । ଚୀନରେ ବିଶାଳ ସୁନା ଭଣ୍ଡାର ମିଳିବା ପରେ ଚୀନର ଗୋଲ୍ଡ ଇଣ୍ଡଷ୍ଟ୍ରିରେ ଏହାର ଏକ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି, ଯାହାକି ପୂର୍ବରୁ ବିଶ୍ବବ୍ୟାପୀ ସୁନା ଉତ୍ପାଦନରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଯାହାକି ବିଶ୍ବର ମୋଟ ସୁନା ଉତ୍ପାଦନରେ ଚୀନର 10ପ୍ରତିଶତ ଯୋଗଦାନ ରହିଥାଏ ।
ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ବିଶ୍ୱରେ ମୂଲ୍ୟବାନ ଧାତୁର ଚାହିଦା ବଢ଼ି ଚାଲିଥିବାରୁ ଏହି ଘୋଷଣା ସୁନା ମୂଲ୍ୟରେ ବୃଦ୍ଧି ଘଟାଇ ପାରେ ବୋଲି ଆଶଙ୍କା କରାଯାଉଛି। ତଥାପି ଏହି ଆବିଷ୍କାର ବଜାରରେ ସୁନା ପରିମାଣରେ ଯେ ବୃଦ୍ଧି ଘଟାଇବ ତାହା ସ୍ପଷ୍ଟ।












Click it and Unblock the Notifications