କମ୍ପିଲା ସାରା ବିଶ୍ବ: କେଉଁଠି ମିଶାଇଲା ଆକ୍ରମଣ ତ କେଉଁଠି ଛାତ୍ର ଆନ୍ଦୋଳନ ? ଇସ୍ରାଏଲ- ହମାସ ଯୁଦ୍ଧ, ବାଂଲାଦେଶ ଛାତ୍ର ଆନ୍ଦୋଳନ
କମ୍ପିଲା ସାରା ବିଶ୍ବ । କାନ୍ଦିଲା ସାରା ବିଶ୍ବ। ବିଧ୍ୱଂସତାର ଦେଖିଛି ବିଦାୟୀ ବର୍ଷ। ସବୁଠି ସଂଘର୍ଷର ସ୍ୱର। ବିଦାୟୀ ବର୍ଷରେ ଅତିକମରେ ୧୫୦ଟି ସଶସ୍ତ୍ର ସଂଘର୍ଷ ଦେଖିବାକୁ ମିଳିଛି । ଚାଲନ୍ତୁ ପଢ଼ିବା ଏହି ସ୍ଵତନ୍ତ୍ର ରିପୋର୍ଟ।
ବାଂଲାଦେଶ ଛାତ୍ର ଆନ୍ଦୋଳନ, କଲା ସରକାର ପରିବର୍ତ୍ତନ :
ବିଦାୟୀ ବର୍ଷରେ ସବୁଠୁ ବଡ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା ବାଂଲାଦେଶରେ । ଦେଶରେ ରାଜନୈତିକ ଅସ୍ଥିରତା ଓ ନିର୍ବାଚିତ ସରକାରର ପତନରେ ଶେଷ ହୋଇଥିଲା । ସଂରକ୍ଷଣ ନୀତି ବିରୋଧରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ ହଜାର ହଜାର ଛାତ୍ର । ତେବେ ଛାତ୍ର ଆନ୍ଦୋଳନ କେବଳ ଏକ ଚିଙ୍ଗାରି ମାତ୍ର ଥିଲା, ବାହ୍ୟ ପ୍ରଭାବ ହସିନା ଶାସନ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ଇସ୍ରାଏଲ- ହମାସ ଯୁଦ୍ଧ:
ଦଶନ୍ଧୀ ଧରି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ୨୦୨୩ ଅକ୍ଟୋବର ମାସରେ ଉଗ୍ର ରୂପ ନେଇଥିଲା । ପାଲେଷ୍ଟାଇନ ଅଧିକୃତ 'ଗାଜା'ରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ 'ହମାସ' ଅତର୍କିତ ଆକ୍ରମଣ ଇସ୍ରାଏଲକୁ ଯୁଦ୍ଧ ଆହ୍ୱାନ ଦେବାକୁ ହୁଙ୍କାର ଦେଇଥିଲା । ଆଉ ୨୦୨୩ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ୨୦୨୪ରେ ବି ଜାରି ରହିଥିଲା । ୨୦୨୪ ବର୍ଷର ଦ୍ୱିତୀୟ ମାସରେ ଇସ୍ରାଏଲ ସେନା ଗାଜା ପଟ୍ଟିର ଜନବସତି ଅଞ୍ଚଳରେ ଆକ୍ରମଣ କରିଥିଲା । ଯେଉଁଥିରେ ଶତାଧିକ ନାଗରିକ ପ୍ରାଣ ହରାଇବା ସହ ପାଲେଷ୍ଟାଇନରେ ମୃତ୍ୟୁ ସଂଖ୍ୟା ପାଖାପାଖି ୪୫ ହଜାରରେ ପହଞ୍ଚିଛି ।
ଇସ୍ରାଏଲ- ହମାସ ଯୁଦ୍ଧରେ ଇରାନର ଏଣ୍ଟ୍ରି:
ଇସ୍ରାଏଲ ହମାସ ଯୁଦ୍ଧରେ ପରୋକ୍ଷରେ ହମାସକୁ ସହାୟତା କରୁଥିବା ଇରାନ ୨୦୨୪ରେ ଇସ୍ରାଏଲରେ ସିଧାସଳଖ ଆକ୍ରମଣ କରିଥିଲା । ସିରିଆରେ ଇରାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପଛରେ ଇସ୍ରାଏଲକୁ ଦାୟୀ କରି ଏକାଥରକେ ୩୦୦ରୁ ଅଧିକ ମିଶାଇଲ ଓ ଡ୍ରୋନ ମାଡ କରିଥିଲା । ଏହାପରେ ପ୍ରତିଶୋଧ ନେଇ ଇରାନର ଇସଫାହାନ ଅଞ୍ଚଳରେ ଆକ୍ରମଣ କରିଥିଲା ଇସ୍ରାଏଲ । ଇସ୍ରାଏଲରେ ଏକାଥରକେ ୧୮୦ ବାଲିଷ୍ଟିକ ମିଶାଇଲ ଆଟାକ କରିଥିଲା ଇରାନ ।
ଇସ୍ରାଏଲ-ହିଜବୁଲ୍ଲାହ ବିବାଦ:
ଇସ୍ରାଏଲ- ଲେବାବନ ସୀମାରେ ସଂଘର୍ଷ ଦେଖିବାକୁ ମିଳିଥିଲା । ହମାସ ସମର୍ଥନରେ ଇସ୍ରାଏଲ ସୀମାରେ ଆକ୍ରମଣ କରିଥିଲା ଲେବାନନ । ଲେବାବନରେ ଇସ୍ରାଏଲ ଘାତକ ଏୟାରଷ୍ଟ୍ରାଇକ କରିଥିଲା । ଯେଉଁଥିରେ ୫୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୩୫ ଆହତ ହୋଇଥିଲେ । ଗତ ୧୮ ବର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର ଏହା ସବୁଠୁ ଘାତକ ଆକ୍ରମଣ କହିଲେ ଚଳେ । ସେପ୍ଟେମ୍ୱରରେ ବୈରୁଟରେ ହିଜବୁଲ୍ଲାହର ମୁଖ୍ୟ କାର୍ଯ୍ୟାଳୟରେ ଇସ୍ରାଏଲ ସେନା ବୋମାମାଡ କରିଥିଲେ । ଯେଉଁଥିରେ ହିଜବୁଲ୍ଲାହ ନେତା ହସାନ ନଶ୍ରଲ୍ଲାହ ସହ ଏକାଧିକ ଜୀବନ ଯାଇଥିଲା ।
ୟେମେନରେ 'ହୁତି':
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହୁତି ଗୋଷ୍ଠୀ ନିଜ ଶକ୍ତି ଦେଖାଇବାରେ ପଛରେ ରହିନଥିଲା । ୟେମେନରୁ ଲୋହିତ ସାଗରରେ ଆସୁଥିବା ବାଣିଜ୍ୟିକ ଜଳ ଜାହାଜ ଗୁଡିକ ଉପରେ ବାରମ୍ବାର ଆକ୍ରମଣ କରିଥିଲା ହୁତି । ବିଶ୍ୱର ଅର୍ଥନୀତି ଉପରେ ଯାହାର ପ୍ରଭାବ ପଡିଥିଲା । ତେବେ ହୁତିକୁ ମଧ୍ୟ ଦୃଢ ହସ୍ତରେ ଦମନ କରିଛି ଇସ୍ରାଏଲ ।
ଋଷ-ୟୁକ୍ରେନ ଯୁଦ୍ଧ:
ୟୁକ୍ରେନରେ ଯୁଦ୍ଧ କଳା ବାଦଲ ଘନେଇ ରହିଛି । 'ନାଟୋ' ପାଇଁ ଦୀର୍ଘ ବର୍ଷ ଧରି ୟୁକ୍ରେନ- ଋଷ ମଧ୍ୟରେ ତିକ୍ତତା ରହିଥିବା ବେଳେ ୨୦୨୨ରୁ ଏହା ଯୁଦ୍ଧର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ୨ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇନଥିଲେ ମଧ୍ୟ ଯୁଦ୍ଧ ଏକପ୍ରକାର ଧିମା ପଡିଯାଇଥିବା କହିଲେ ଚଳେ । ନଭେମ୍ୱରରେ ଋଷିଆ ପ୍ରଥମ ଥର ପାଇଁ ୟୁକ୍ରେନର କିଭରେ ଉଚ୍ଚପଦସ୍ତ ଅଧିକାରୀ ଉପରେ ବାଲିଷ୍ଟିକ ମିଶାଇଲ ଆକ୍ରମଣ କରିଥିଲା । ଇନଷ୍ଟିଚ୍ୟୁଟ ଫର୍ ଦ ଷ୍ଟଡି ଅଫ ଓ୍ବାର ଡାଟା ଉପରେ ନଜର ପକାଇଲେ ଦେଖିବାକୁ ପାଇବା ଯେ ୨୦୨୩ ତୁଳନାରେ ୨୦୨୪ରେ ଋଷିଆ ୟୁକ୍ରେନରେ ୬ ଗୁଣା ଅଧିକ ଅଞ୍ଚଳ ଅଧିକୃତ କରିଛି ।

ଇରାନ-ପାକିସ୍ତାନ ମଧ୍ୟରେ ସୀମା ପାର ହମଲା:
ବିଦାୟୀ ବର୍ଷର ପ୍ରାରମ୍ଭରେ ଇରାନ- ପାକିସ୍ତାନ ମଧ୍ୟରେ ସୀମା ପାର ଆକ୍ରମଣ ଦେଖିବାରୁ ମିଳିଥିଲା । ଜୈଶ- ଉଲ- ଅଦଲ ଦମନ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳରେ ଇରାନ ଏକାଧିକ ମିଶାଇଲ ଓ ଡ୍ରୋନ ମାଡ କରିଥିଲା ।ଏହାର ୨ ଦିନ ପରେ ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ଅଞ୍ଚଳରେ ଜବାବି ହମଲା କରିଥିଲା ।
ସିରିଆ ଗୃହଯୁଦ୍ଧ ଓ ଦୀର୍ଘ ବର୍ଷ ଶାସନର ଅନ୍ତ:
ସିରିଆର ଗୃହଯୁଦ୍ଧ ସାରା ବିଶ୍ୱର ନଜରକୁ ନିଜ ଆଡକୁ ଆକୃଷ୍ଟ କରିଥିଲା । ଦୀର୍ଘ ବର୍ଷ ଧରି ଅସଦ ସରକାରଙ୍କ ବିରୋଧରେ ଜଳୁଥିବା ବିଦ୍ରୋହର ବହ୍ନି ଶେଷରେ ଉଗ୍ରରୂପ ଧାରଣ କରିଥିଲା । ଡିସେମ୍ବର ୮ ତାରିଖରେ ବିଦ୍ରୋହୀ ଗୋଷ୍ଠୀ ଦମାସକସକୁ ହାସଲ କରିବା ସହ ଅସଦ ସରକାରଙ୍କ ଶାସନର ଅନ୍ତ ଘଟାଇ ତାଙ୍କୁ ଦେଶରୁ ଚାଲିଯିବାକୁ ବାଧ୍ୟ କରିଥିଲେ । ଏହାପରେ ସେଠାରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି ମହମ୍ମଦ- ଅଲ- ବଶିର ।












Click it and Unblock the Notifications