ଆଜି ବିଶ୍ବ ହସ ଦିବସ : ମନ ଖୋଲି ହସନ୍ତୁ, ଦୂର କରନ୍ତୁ ଦୁଃଖ
1963 ମସିହାରେ, ମାସାଚୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ୍ ଗ୍ରାଫିକ୍ ଚିତ୍ର ପ୍ରସ୍ତୁତ କରିଥିଲେ । 1999ରେ, ସେ ଘୋଷଣା କରିଥିଲେ ଯେ, ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ ।
ୱାଶିଂଟନ: ଆଜିକାଲି ଲୋକଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ କାହା ସହିତ କଥା ହେବା ପାଇଁ ସମୟ ନାହିଁ । ମନ ଖୋଲି ହସିବା ପାଇଁ କାହା ପାଖେ ସମୟ ନାହିଁ । କିନ୍ତୁ ହସ ଏପରି ଏକ ଜିନିଷ ଯାହାକୁ ନେଇ ଅନେକ ସକରାତ୍ମକତା ସୃଷ୍ଟି ହୋଇଥାଏ । ଆଜିର ଏ ଦିନରେ ଟିକିଏ ହସିବା ପାଇଁ ସମସ୍ତଙ୍କୁ ସମୟ କାଢିବା ଜରୁରୀ ମନେହୁଏ। ପ୍ରତ୍ୟେକ ମଣିଷ ପାଇଁ ମାନସିକ ଶାନ୍ତି ନିହାତି ଆବଶ୍ୟକ। କିନ୍ତୁ ଅନେକ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି । ମନର ଚାପ, ଦୁଃଖ, ଅବସାଦ ଦୂର ପାଇଁ ହସର ସହାୟତା ନେବାର ନିହାତି ଆବଶ୍ୟକତା ରହିଛି । ହସିବା ଦ୍ବାରା କେବଳ ନିଜ ଜୀବସ ସକରାତ୍ମକ ହେବ ନାହିଁ ବରଂ ଆପଣ ଅନ୍ୟକୁ ହସାଇବା ଦ୍ବାରା ବି ଆପଣଙ୍କର ମାନସିକ ଶାନ୍ତି ବଜାୟ ରହିବ ।

1963 ମସିହାରେ ମାସାଚୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ୍ ଗ୍ରାଫିକ୍ ପ୍ରସ୍ତୁତ କରିଥିଲେ । ଏହାପରେ ସେ 1999ରେ ଘୋଷଣା କରିଥିଲେ ଯେ ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । 2001ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ ।












Click it and Unblock the Notifications