ଦୁନିଆର ସବୁଠାରୁ ଛୋଟ ଟିଭି, ଦେଖିବାକୁ ଠିକ୍ ଡାକ ଟିକଟ ପରି
ଦୁନିଆ ଯେଉଁଠାରେ ଆମର ଡିଭାଇସ୍ ବଡ଼ ଏବଂ ବଡ ପରଦା ରେ ପରିଣତ ହେଉଥିବା ପରି ମନେହୁଏ। ଏହି ସମୟରେ ଏକ କମ୍ପାନୀ ଦୁନିଆର ସବୁଠାରୁ ଛୋଟ ଟିଭି ତିଆରି କରି ରେକର୍ଡ ସୃଷ୍ଟି କରିଛି ।
ୱାଶିଂଟନ: ବର୍ତ୍ତମାନ ବିଶ୍ବରେ ବିଭିନ୍ନ ପ୍ରକାର ଇଲୋକ୍ଟ୍ରନିକ୍ସ ଡିଭାଇସ ନିର୍ମାଣ କରାଯାଉଛି । ତେବେ ନିକଟରେ ଏକ କମ୍ପାନୀ ନିର୍ମାଣ କରିଛି ଦୁଇଟି ବିଶ୍ବର ସବୁଠୁ ଛୋଟ ଟେଲିଭିଜନ । ଆମେରିକାର ଓହାଇଓ ଠାରେ ଏହାକୁ ନିର୍ମାଣ କରିଛନ୍ତି, ଟିନି ସର୍କିଟ୍ସର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କେନ୍ ବର୍ନସ ।

ଆପଣ ଏଥିରେ ନିଜ ଇଚ୍ଛା ଅନୁସାରେ, ଫିଲ୍ମ , ଭିଡିଓ ଏବଂ ସିରିଏଲ ଆଦି ଲୋଡ କରି ଦେଖିପାରିବେ। ନିଜ କମ୍ପ୍ୟୁଟରରେ କନେକ୍ଟ କରି ଏହାର ମଜା ଉଠାଇ ପାରିବେ। ଏନେଇ କମ୍ପାନୀ ଫ୍ରୀ ସଫ୍ଟୱେର ଦେଉଛି । କେବଳ ଟିଭି ସ୍ବିଚ ନୁହେଁ ଏହାକୁ ଚାଲୁ କରିବା ପାଇଁ ଆପଣ ଛୋଟ ରିମୋର୍ଟ ମଧ୍ୟ ବ୍ୟବହାର କରିପାରିବେ । ଏହି ଟିଭି ପୂର୍ବରୁ ଏହି କମ୍ପାନୀ 2012 ମସିହାରେ ଟିନି ଡୁଇନୋ ପ୍ରୋଜେକ୍ଟ ନାମକ ଏକ ଛୋଟ କମ୍ପ୍ୟୁଟର ପ୍ରୋସେସର ରୂପେ ନିଜର ପ୍ରଥମ ପ୍ରୋଜକ୍ଟ ଲଞ୍ଚ କରିଥିଲା ।












Click it and Unblock the Notifications