ବିଶ୍ୱ ଜନସଂଖ୍ୟା ଦିବସ: କଣ ରହିଛି ଏହାର ଗୁରୁତ୍ୱ, କାହିଁକି ହୁଏ ପାଳନ
World Population Day: ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରଯାଏ । ଜନସଂଖ୍ୟାରେ ଦ୍ରୁତ ବୃଦ୍ଧିର ପରିଣାମ ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରିବା ରହିଛି ଏହାର ପ୍ରମୁଖ ଉଦ୍ଦେଶ୍ୟ ।
କଣ ରହିଛି ଇତିହାସ ?
ମିଳିତ ଜାତିସଂଘ ଦ୍ୱାରା ୧୯୮୯ ରେ ଏହି ଦିନକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଡକ୍ଟର କେ.ସି ଜାକରିଆ ଏହି ପ୍ରସ୍ତାବ ଦେଇଥିଲେ । ୧୧ ଜୁଲାଇ ୧୯୮୭ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା । ସେବେଠାରୁ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ ।

ଏହାର ଉଦ୍ଦେଶ୍ୟ
ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ।
ସେହିପରି ମହିଳାମାନଙ୍କୁ ସଶକ୍ତକରଣ କରିବା ମଧ୍ୟ ବିଶ୍ୱ ଜନସଂଖ୍ୟା ଦିବସର ଆଉ ଏକ ଉଦ୍ଦେଶ୍ୟ । ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପରିବାର ଯୋଜନା କ୍ଷେତ୍ରରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହି ଦିବସ ମାଧ୍ୟମରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଯାଏ ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।
ବିଶ୍ୱ ଜନସଂଖ୍ୟା ଦିବସର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ମାତୃ ସ୍ୱାସ୍ଥ୍ୟ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା । ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସାହାଯ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରାଯାଇପାରିବ ।












Click it and Unblock the Notifications