World Population Day: ଏହି ଦେଶରେ ସବୁଠୁ କମ୍ ଲୋକ, ଭାରତରେ ବାସ କରନ୍ତି ଏତେ ଲୋକ !
World Population Day 2024: ଆଜି ବିଶ୍ୱ ଜନସଂଖ୍ୟା ଦିବସ । 11 ଜୁଲାଇରେ ଅନ୍ତର୍ଜାତୀୟ ଜନସଂଖ୍ୟା ଦିବସ ପାଳନ କରାଯାଏ । ଏହା ବିଶ୍ୱର ଜନସଂଖ୍ୟା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ବିଷୟରେ ଅବଗତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ।

ମିଳିତ ଜାତିସଂଘ ଦ୍ୱାରା 1989 ରେ ଏହି ଦିନକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଡକ୍ଟର କେ.ସି ଜାକରିଆ ଏହି ପ୍ରସ୍ତାବ ଦେଇଥିଲେ । 11 ଜୁଲାଇ 1987 ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା । ସେବେଠାରୁ ଜୁଲାଇ 11 ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ ।
1 ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ଏବଂ ଚୀନ୍ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରେ ଅଛନ୍ତି । କିନ୍ତୁ ଏମିତି ବି କିଛି ଦେଶ ଅଛନ୍ତି ତାଙ୍କ ଜନସଂଖ୍ୟା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବ ।
କେଉଁ ଦେଶର ଜନସଂଖ୍ୟା କମ୍?
ଭାଟିକାନ୍ ସିଟି: ଅନ୍ତର୍ଜାତୀୟ ସ୍ତରରେ ଭାଟିକାନ୍ ସିଟି ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଟ ଦେଶ । 2023 -2024 ମଧ୍ୟରେ ଭାଟିକାନ୍ ସହରର ଜନସଂଖ୍ୟା ମାତ୍ର 764 ଥିଲା ।
ଟୋକେଲାଉ(Tokelau): ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ 26 ବର୍ଗ କିଲୋମିଟର ବ୍ୟାପିଛି । ଏଠାରେ ପ୍ରାୟ 1,915 ଲୋକ ବାସ କରନ୍ତି ।
ନିୟୁ(Niue): ଏହି ଦ୍ୱୀପ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ । ଏଠାରେ ଜନସଂଖ୍ୟା ମାତ୍ର 1,925 । ଏହି ଦ୍ୱୀପ ଦେଶର କ୍ଷେତ୍ରଫଳ ମାତ୍ର 260 ବର୍ଗ କିଲୋମିଟର ।
ଫାଲ୍କଲ୍ୟାଣ୍ଡ(Falkland): ଫାଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜର ଜନସଂଖ୍ୟା ପ୍ରାୟ 3500 । ଦ୍ୱୀପର ଅର୍ଥନୀତି ମତ୍ସ୍ୟ ଏବଂ ପର୍ଯ୍ୟଟନ ଉପରେ ଆଧାରିତ ।
ମୋଣ୍ଟସେରାଟ(Montserrat): ମୋଣ୍ଟସେରାଟ ହେଉଛି ଏକ କାରିବିଆନ୍ ଦ୍ୱୀପ । ଏଠାରେ ଆନୁମାନିକ ଜନସଂଖ୍ୟା 4,372 ଅଟେ । 90 ଦଶକରେ ଏହି ଦ୍ୱୀପରେ ଏକ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ ହୋଇଥିଲା, ଫଳରେ ଏଠାରେ ଅଳ୍ପ ଜନସଂଖ୍ୟା ରହିଛି ।
ଜନବହୁଳ ଦେଶ
worldometers ଅନୁଯାୟୀ ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାରତ । ଏହା ପରେ ଚୀନ୍, ୟୁନାଇଟେଡ୍ ଆମେରିକା, ଇଣ୍ଡୋନେସିଆ, ପାକିସ୍ଥାନ, ନାଇଜେରିଆ, ବ୍ରାଜିଲ, ବାଂଲାଦେଶ, ରୁଷ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ।
କେଉଁ ଦେଶରେ କେତେ ଲୋକ
- ଭାରତ: 1,428,627,663
- ଚୀନ୍: 1,425,671,352
- ଯୁକ୍ତରାଷ୍ଟ୍ର: 339,996,563
- ଇଣ୍ଡୋନେସିଆ: 277,534,122
- ପାକିସ୍ତାନ: 240,485,658
- ନାଇଜେରିଆ: 223,804,632
- ବ୍ରାଜିଲ: 216,422,446
- ବାଂଲାଦେଶ: 172,954,319
- ରୁଷ: 144,444,359
- ମେକ୍ସିକୋ: 128,455,567
- ଇଥିଓପିଆ: 126,527,060












Click it and Unblock the Notifications