ବିଶ୍ବ ଜନସଂଖ୍ୟା ଦିବସ 2022 : ଜନସଂଖ୍ୟା ବୃଦ୍ଧିର କ'ଣ ରହିଛି କାରଣ, ଜାଣନ୍ତୁ

ଆଜି ବିଶ୍ୱ ଜନସଂଖ୍ୟା ଦିବସ। ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

ଆଜି ବିଶ୍ୱ ଜନସଂଖ୍ୟା ଦିବସ। ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। 1989ରେ ମିଳିତ ଜାତିସଂଘର ସାଧାରଣ ସଭା ଜୁଲାଇ 11 ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। କାରଣ 1987 ମସିହା ସୁଦ୍ଧା ବିଶ୍ବ ଜନସଂଖ୍ୟା 5 ଶହ କୋଟି ଛୁଇଁଥିଲା ।

population

ଏହି ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କିପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଚେଷ୍ଟା କରାଯାଇଥାଏ । ୱାର୍ଲ୍ଡମିଟର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଚୀନ୍ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଚୀନ୍ ପରେ ଭାରତର ସର୍ବାଧିକ ଜନସଂଖ୍ୟା ରହିଛି। କିନ୍ତୁ ଭାରତରେ ଯେଉଁଭଳି ହାରରେ ଜନ୍ମହାର ବଢ଼ିଚାଲିଛି ଆଉ ଅଳ୍ପ କେତେ ବର୍ଷ ମଧ୍ୟରେ ଏହା ଚୀନ୍‌କୁ ଟପିଯିବ ବୋଲି ଆକଳନ କରାଯାଉଛି। ଭାରତରେ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେଲା ନିରକ୍ଷରତା ଏବଂ ଅନ୍ଧବିଶ୍ବାସ।
ଜନସଂଖ୍ୟା ବୃଦ୍ଧିର କାରଣ...

ଜନ୍ମହାର ବୃଦ୍ଧି :

ଜନସଂଖ୍ୟାରେ ବୃଦ୍ଧି ପଛରେ ପ୍ରଥମ କାରଣ ହେଉଛି ଜନ୍ମ ହାର ବୃଦ୍ଧି ପାଇବା । 18ତମ ଶତାବ୍ଦି ଶେଷ ସୁଦ୍ଧା ଜନ୍ମ ହାର ବହୁତ ଅଧିକ ରହିଥିଲା । ଏହି ସମୟରେ ପ୍ରତି ମହିଲା ହାରାହାରି 7 ଶିଶୁଙ୍କୁ ଜନ୍ମ ଦେଉଥିଲେ । 1950 ମସିହାରେ ସାମାନ୍ୟ ଜନ୍ମ ହାରରେ ହ୍ରାସ ପାଇ ପ୍ରତି ମହିଳା ହାରାହାରି 5 ଶିଶୁଙ୍କୁ ଜନ୍ମ ଦେଉଥିଲେ । 1950 ବେଳକୁ ଖାସ କରି ଏସିଆ ମହାଦେଶର ଚୀନ୍ ଏବଂ ଭାରତରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇଛି । ଆଜିର ସମୟରେ ହାରାହାରି ଜଣେ ମହିଳା 2.5 ଶିଶୁଙ୍କୁ ଜନ୍ମ ଦେଉଛନ୍ତି ।

ବଞ୍ଚିବା ସମୟସୀମା ବୃଦ୍ଧି ପାଇବା:

ତେବେ ଏକ ରିପୋର୍ଟ ଅନୁଯାୟୀ 250 ବର୍ଷ ପୂର୍ବେ ମନୁଷ୍ୟ ହାରାହାରି 28 ବର୍ଷ ଜୀବନ ବଞ୍ଚୁଥିଲା । ହେଲେ ଆଜି ଏହି ହାରାହାରି ବୟସ ବୃଦ୍ଧି ପାଇ 70 ବର୍ଷରୁ ଅଧିକ ହୋଇଯାଇଛି । 1770 ମସିହାରେ ଲୋକଙ୍କ ହାରାହାରି ବୟସ 28 ବର୍ଷ ଥିଲା ଅର୍ଥାତ ଅଧିକାଂଶ ଲୋକଙ୍କ ମୃତ୍ୟୁ 28 ବର୍ଷରେ ହୋଇଯାଉଥିଲା ।
ମୃତ୍ୟୁହାର ତୁଳନାରେ ଜନ୍ମହାର ବୃଦ୍ଧି :

ବିଶ୍ୱରେ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେଉଛି ମୃତ୍ୟୁ ହାର ତୁଳନାରେ ଜନ୍ମହାର ସଂଖ୍ୟା ବୃଦ୍ଧି ପାଇବା । 1950 ମସିହାରୁ ଜନ୍ମ ଏବଂ ମୃତ୍ୟୁ ହାରରେ ଲଗାତାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ହେଲେ ମୃତ୍ୟୁ ତୁଳନାରେ ଜନ୍ମହାର ହ୍ରାସ ପାଇନି । 1950 ମସିହାରେ ହଜାର ଲୋକଙ୍କ ମଧ୍ୟରୁ 20 ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏବେ 2020ରେ ଏହା ହ୍ରାସ ପାଇ 8 ରେ ପହଞ୍ଚିଛି ।

ଯଦି ସମସ୍ତେ ସଚେତନ ହୋଇ ଜନସଂଖ୍ୟା ହ୍ରାସ ଦିଗରେ ସଚେତନ ରହିବେ, ତେବେ ଯାଇ ଏଥିରେ ସୁଧାର ଆସିବ । ଏନେଇ କିଛି ସରକାରୀ ଗାଇଡଲାଇନ ମଧ୍ୟ ମାନିବାର ଆବଶ୍ୟକତା ରହିଛି । ଯଦି ଏବେ ଠାରୁ ସଚେତନ ନହେବେ ତେବେ ଭବିଷ୍ୟତରେ ଅନେକ ସମସ୍ୟାର ସାମନା କରିବା ପାଇଁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+